ଗାଆଁ ଦାଣ୍ଡରେ କେନାଲ ପାଣିର ସୁଅ ଛୁଟୁଛି !

0 850

ବୌଦ୍ଧ,୧୫/୯ – ବୌଦ୍ଧ ବ୍ଲକ୍‌ ମୁଣ୍ଡିପଦର ଗାଆଁ ଦାଣ୍ଡରେ ଅନବରତ ବୋହି ଚାଲିଛି ସାଲୁଙ୍କୀ ଜଳ ସେଚନ ପ୍ରକଳ୍ପର କେନାଲ ପାଣି । କେନାଲ ମରାମତିରେ ଅବହେଳା ଓ ଜଳ ସେଚନ ବିଭାଗର ଖାମଖିଆଲି କାର୍ଯ୍ୟ ଯୋଗୁଁ ଦୀର୍ଘ ଦିନ ହେଲା ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଗ୍ରାମ ନିକଟ ଦେଇ ଯାଇଥିବା ସାଲୁଙ୍କୀ କେନାଲରେ ମାଟି, ବାଲି ଓ ପଟୁ ପଡି ଦିନକୁ ଦିନ କେନାଲ ଶଯ୍ୟା ପୋତି ହେବାରେ ଲାଗିଛି । ଅନାବନା ଗଛଲତା ବଢି କେନାଲର ଜଳ ପ୍ରବାହକୁ ରୋକି ଦେଉଛି । ଫଳରେ ଗାଆଁ ପାଖରେ ଥିବା ଫଲ୍‌ରୁ ପାଣି ଉଛୁଳି ଗାଆଁ ଦାଣ୍ଡରେ ପ୍ରବାହିତ ହୋଇ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ଏ ସମ୍ପର୍କରେ ଜଳସେଚନ ବିଭାଗର କର୍ମଚାରୀ ଓ ଯନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ କଲେମଧ୍ୟ କେହି ପଦକ୍ଷେପ ନେଉନଥିବାରୁ ଗ୍ରାମବାସୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଛି । ଚାଷୀମାନଙ୍କ କ୍ଷେତକୁ ପାଣି ଯୋଗାଇ ଦେବାରେ ବିଫଳ ହେଉଥିବା ଜଳସେଚନ ବିଭାଗ ଗାଆଁଦାଣ୍ଡରେ ଯାଉଥିବା ପାଣିକୁ ବନ୍ଦ କରାଇବା ପାଇଁ ଧ୍ୟାନ ଦେଉନଥିବାରୁ ଜନସାଧାରଣରେ ତାଙ୍କର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏ ଦିଗରେ ଜଳସେଚନ ବିଭାଗ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଆନ୍ଦୋଳନ ଧମକ ଦେଇଛନ୍ତି ଗ୍ରାମବାସୀ ।

hiranchal ad1
Leave A Reply

Your email address will not be published.

seventeen + 6 =