ବୌଦ୍ଧରେ ମିଲେଟ ଫୁଡ଼ଷ୍ଟଲ ଉଦଘାଟିତ

0 102

ବୌଦ୍ଧ,୯/୧୧- ବୌଦ୍ଧ ଜିଲ୍ଲା ମ୍ୟୁଜିୟମ ପ୍ରାଙ୍ଗଣରେ ମିଲେଟ ଫୁଡ଼ଷ୍ଟଲକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତାରାଣୀ ଦଳବେହେରା ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି । ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ତଥା ବିଭାଗୀୟ ଅଧିକାରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସମୂହ ମହିଳା ମାନେ ଏହି ଫୁଡଷ୍ଟଲକୁ ପରିଚାଳନା କରୁଛନ୍ତି । ଏବେ ଜିଲ୍ଲାରେ ମାଣ୍ଡିଆ ଚାଷ ଓ ଚାହିଦା ବୃଦ୍ଧି ନିମନ୍ତେ ସମସ୍ତ ଅନୁଷ୍ଠାନ ଗୁଡିକ ତତ୍ପର ହୋଇପଡିଛନ୍ତି । ଏଡିଏମ ମହୋଦୟା ଜିଲ୍ଲାରେ ଥିବା ସମସ୍ତ ବ୍ଲକରେ ଓ ମିଶନ ଶକ୍ତି କେଫେ, ଲେଥା କେଫେ ଗୁଡିକରେ ମାଣ୍ଡିଆ ଜାତୀୟ କ୍ଷୁଦ୍ରଶସ୍ୟରୁ ତିଆରି କରାଯାଇଥିବା ବିସ୍କୁଟ, ଲଡୁ, ମିକ୍‌ଚର ଓ ଅନ୍ୟାନ୍ନ ଖାଦ୍ୟ ସାମଗ୍ରୀ ଉପଲବ୍ଧ କରାଇବାକୁ ଓଡିଶା ମିଲେଟ ମିଶନ ଅଧିକାରୀଙ୍କୁ କହିଥିଲେ । ଆଗକୁ ଜିଲ୍ଲାର ଅନ୍ୟ ବ୍ଲକ ମାନଙ୍କରେ ମିଲେଟ ଖାଦ୍ୟ ସାମଗ୍ରୀ ମିଶନ ଶକ୍ତି ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତକରାଯିବ ବୋଲି ଓଡିଶା ମିଲେଟ ମିଶନର ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ଦିବ୍ୟଜ୍ୟୋତି ପ୍ରକାଶ କାନ୍ତ କହିଛନ୍ତି । ଓଡିଶା ସରକାରଙ୍କ ଏହି କାର୍ଯ୍ୟକ୍ରମ ଦ୍ୱାରା ଜନସାଧାରଣଙ୍କ ମଧ୍ୟରେ ଏକ ନୂତନ ଆଶା ସଂଚାର କରିଛି, ଲୁପ୍ତପ୍ରାୟ ମାଣ୍ଡିଆ ଜାତୀୟ କ୍ଷୁଦ୍ରଶସ୍ୟର ପୁନରୁଦ୍ଧାର ହୋଇପାରିଛି । ଓଡିଶା ମାଣ୍ଡିଆ ମିଶନ କାର୍ଯ୍ୟକ୍ରମ, ମାଣ୍ଡିଆ ଶସ୍ୟକୁ ଏକ ନୂତନ ପରିଚୟ ଦେବ ବୋଲି ଅତିରିକ୍ତ ପରିଯୋଜନା ନିର୍ଦ୍ଦେଶକ ଆତ୍ମା ଶ୍ରୀ କମଳାକାନ୍ତ କଟାରୀ ପତ୍ରକାର କର୍ମୀମାନଙ୍କୁ ଜଣେଇଥିଲେ । ଏହି କାର୍ଯ୍ୟକ୍ରମର ସହଯୋଗୀ ସଂସ୍ଥା ଭାବେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ୱାଇସିଡିଏ, ବିଶ୍ୱ ଯୁବ କେନ୍ଦ୍ର ଓ ଲୋକ କଳା ବିକାଶ କେନ୍ଦ୍ର ବୌଦ୍ଧ ଜିଲ୍ଲାରେ କାର୍ଯ୍ୟ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

1 × 5 =