ଆନ୍ତଃ ବିଦ୍ୟାଳୟ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ପୁରୁଷ ବିଭାଗରେ କଣ୍ଟାମାଳ ଓ ମହିଳା ବିଭାଗରେ ବୌଦ୍ଧ ଚାଂପିଆନ

0 127

ବୌଦ୍ଧ,୧୭/୧୦: ସ୍ଥାନୀୟ କଚେରୀ ଖେଳପଡିଆରେ ଗତ ୧୪ ତାରିଖରୁ ଆରମ୍ଭ ହୋଇଥିବା ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସରେ ମହିଳା ବିଭାଗର ଫାଇନାଲ ଖେଳ କଣ୍ଟାମାଳ ବ୍ଲକ ଓ ବୌଦ୍ଧ ବ୍ଲକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୧-୦ ଗୋଲରେ କଣ୍ଟାମାଳକୁ ହରାଇ ବୌଦ୍ଧ ଚଂପିଆନ ହୋଇଛି । ଆଜିର ପ୍ରଥମ ଫାଇନାଲ ମହିଳା ମ୍ୟାଚ ସଂଘର୍ଷପୂର୍ଣ୍ଣ ଥିବାବେଳେ ୧୧ ନଂ ଜର୍ସି ପରିଧାନ କରିଥିବା ଶକ୍ତିମୟୀ ଗୁରୁ ଏହି ଗୋଲ୍‌ ଦେଇ ଦଳକୁ ଜିତାଇଥିଲେ । ସେହିପରି ଦ୍ୱିତୀୟ ମ୍ୟାଚଟି ପୁରୁଷ ବିଭାଗର କଣ୍ଟାମାଳ ବ୍ଲକ ଓ ହରଭଙ୍ଗା ବ୍ଲକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୪-୦ ଗୋଲରେ ହରଭଙ୍ଗାକୁ ହରାଇ କଣ୍ଟାମାଳ ଚଂପିଆନ ହୋଇଛି । ବିଜୟୀ ଦଳ ତରଫରୁ ୮ନଂ ଜର୍ସିରେ ସରୋଜଭୋଇ, ୬ନଂ ଜର୍ସିରେ ଶାନ୍ତନୁ ମଲ୍ଲିକ, ୭ ନଂ ଜର୍ସିରେ ଯଶୋବନ୍ତ ଭୋଇ, ୧୦ ନଂ ଜର୍ସିରେ ପ୍ରଭାତ ତରିଆ ପ୍ରତ୍ୟେକେ ଗୋଟିଏ ଲେଖାଏଁ ଗୋଲ୍‌ଦେଇ ଦଳକୁ ଚଂପିଆନ କରାଇଥିଲେ ।

hiring

ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗ ଦେଇ ଉଭୟ ପୁରୁଷ ଓ ମହିଳା ବିଭାଗର ଚଂପିଆନ ଓ ରନର୍ସ ଅପ୍‌ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଜିଲ୍ଲା କ୍ରୀଡା ଅଧିକାରୀ ପବିତ୍ର ମୋହନ ରାଉତ, ବିଜ୍ଞାନ ନିରୀକ୍ଷକ ଦେବେନ୍ଦ୍ର ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ । ବାଉଁଶୁଣୀ କ୍ରୀଡାଶିକ୍ଷକ ସୁରେନ୍ଦ୍ର ନାଥ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ପ୍ରମୋଦ ପ୍ରଧାନ । ଜିଲ୍ଲା କ୍ରୀଡା ନିରୀକ୍ଷକ ଆନନ୍ଦ ବେହେରା ବିବରଣୀ ପାଠ କରିଥିଲେ । ଆଜିର ଫାଇନାଲ ଖେଳକୁ ମ୍ୟାଚ କମିଶନର ଭାବେ ଅମରେଶ ପ୍ରଧାନ ଖେଳ ପରିଚାଳନା କରିଥିବାବେଳେ ମୁଖ୍ୟ ରେଫରୀ ଭାବେ କ୍ରୀଡା ଶିକ୍ଷକ ପ୍ରବୀଣ ବେହେରା ଓ ଲାଇନ୍ସରେ ପ୍ରହଲ୍ଲାଦ ଭୋକ୍ତା, ସୁଦାମ ମିଶ୍ର ଓ ଚତୁର୍ଥ ରେଫରୀ ସନ୍ତୋଷ ସାହୁ ଖେଳ ପରିଚାଳନା କରିଥିଲେ । ମହିଳା ଦଳ ତରଫରୁ ମୁଣ୍ଡାପଡା ହାଇସ୍କୁଲର ଶକ୍ତିମୟୀ ଗୁରୁଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଟ୍ରଫି ପ୍ରଦାନ କରାଯାଇଥିବାବେଳେ ପୁରୁଷ ଦଳ ତରଫରୁ ଆଦିବାସୀ ହାଇସ୍କୁଲ ନୂଆପାଲିର ଯଶୋବନ୍ତ ଭୋଇଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଟ୍ରଫି ପ୍ରଦାନ କରାଯାଇଥିଲା । ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀ ଅମାତଙ୍କ ଦ୍ୱାରା ସହରର ବିଭିନ୍ନ ହାଇସ୍କୁଲକୁ ଫୁଟବଲ୍‌ ପ୍ରଦାନ କରାଯାଇଥିଲା । ଆଜିର ଉଦଯାପନୀ ଉତ୍ସବରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବୌଦ୍ଧର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

1 + eight =