ମଧୁବାବୁ ପେନସନ ଯୋଜନାରେ ଭତ୍ତା ପରିଚୟ ପତ୍ର ଆବଣ୍ଟନ ମେଳା

0 175

ବୌଦ୍ଧ,୪/୩:- ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଧୁବାବୁ ପେନସନ ଯୋଜନାରେ ଭତ୍ତା ପରିଚୟ ପତ୍ର ଆବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି । ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମେଳାରେ ମୁଖ୍ୟଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ, ପାନୀୟ ଜଳଯୋଗାଣ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଯୋଗଦେଇ ହରଭଙ୍ଗା ବ୍ଲକର ୮୫ ଜଣ ଏବଂ ବୌଦ୍ଧ ବ୍ଲକର ୪୩ ଜଣ, ଏହିପରି ସର୍ବମୋଟ ୧୨୮ ଜଣ ଯୋଗ୍ୟ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଭତ୍ତା ପ୍ରମାଣପତ୍ର ପ୍ରଦାନ କରିଥିଲେ । ଗୋଷ୍ଠୀ ଉନ୍ନୟନ ବିଭାଗ ବୌଦ୍ଧ ଏବଂ ହରଭଙ୍ଗା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ,ଉପ -ଜ଼ିଲ୍ଲାପାଳ ରବୀନ୍ଦ୍ର ନାଥ କଁହର, ତହସିଲଦାର, ବୌଦ୍ଧ ଦେବୀ ପ୍ରସାଦ ଦାଶ,ବି. ଡି. ଓ. ହରଭଙ୍ଗା ସ୍ୱପ୍ନିତା ନାୟକ, ବି. ଡି. ଓ ବୌଦ୍ଧ ଅବିନାଶ ପାଣ୍ଡିଆ, ଜ଼ିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପୂଝାରୀ, ଜ଼ିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂହ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ବୌଦ୍ଧ ସାନନ୍ଦ ସାହୁ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ହରଭଙ୍ଗା ସୁନୀଲ ମହାନ୍ତି, ବ୍ଲକ କାର୍ଯ୍ୟାଳୟ ଏବଂ ଜ଼ିଲ୍ଲା କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ରହି ଭତ୍ତା ପରିଚୟ ପତ୍ର ଆବଣ୍ଟନ ଏବଂ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

19 − 7 =