ଶିକ୍ଷୟିତ୍ରୀ ପଦ୍ମାଳୟା ମିଶ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

0 13

ବୌଦ୍ଧ,୨୬/୬:- ବୌଦ୍ଧର ପଲାସ ସରକାରୀ ଉଚ୍ଚ଼ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ପଦ୍ମାଳୟା ମିଶ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ବିଦ୍ୟାଳୟର ଛାତ୍ରଛାତ୍ରୀ, ସହକାରୀ କର୍ମଚାରୀ ଏବଂ ଶିକ୍ଷା ବିଭାଗର ଉପରିସ୍ଥ କର୍ମଚାରୀଙ୍କ ପକ୍ଷରୁ ଦିଆଯାଇଅଛି । ଏନେଇ ଆଜି ବିଦ୍ୟାଳୟ ପରିସରରେ ଏକ ନିରାଡ଼ମ୍ବର ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ଗୋଷ୍ଠି ଶିକ୍ଷା ଅଧିକାରୀ – ଉପେନ୍ଦ୍ର କୁମାର ପ୍ରଧାନ,ସହକାରୀ ଗୋଷ୍ଠି ଶିକ୍ଷା ଅଧିକାରୀ କମଳାକାନ୍ତ ଦଳବେହେରା ଓ ସ୍ୱରାଜ କହଁର, ସି ଆର ସି ସି ରଶ୍ମି ରଞ୍ଜନ ଦାଶ, ପ୍ରଧାନ ଶିକ୍ଷକ ମନୋରଞ୍ଜନ ପାଣିଗ୍ରାହୀ, ସହକାରୀ ଶିକ୍ଷୟତ୍ରୀ ଗୀତାଞ୍ଜଳି ପାତ୍ର, ସଂଯୁକ୍ତା ଦାଶ , ମମତା ବେରିହା, ଶିକ୍ଷକ ଦୁର୍ଗା ଶଙ୍କର ପରିଜା ଏବଂ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ତାଙ୍କର ଅଭିଭାଷଣ ଦେବାପରେ ଶ୍ରୀମତୀ ମିଶ୍ରଙ୍କୁ ଉପଢୌକନ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀମତୀ ମିଶ୍ର ଜଣେ ମିଷ୍ଟଭାଷୀ, ମେଳାପୀ, ଛାତ୍ରଛାତ୍ରୀ ବତ୍ସଳ ଶିକ୍ଷୟିତ୍ରୀ ସଙ୍ଗେ ସଙ୍ଗେ ବିଭିନ୍ନ ଲେଖକ, ଲେଖିକା ସଂଗଠନ ସହ ଜଡ଼ିତ ଥିଲେ ।

hiranchal ad1
Leave A Reply

Your email address will not be published.

11 + six =