ନିରାଡମ୍ବର ଭାବେ ବୌଦ୍ଧରେ ବୁଦ୍ଧଜୟନ୍ତୀ ପାଳିତ

0 79

ବୌଦ୍ଧ,୨୬/୫- ଆଜି ବୁଦ୍ଧ ପୂର୍ଣ୍ଣିମା ଅବସରରେ ବୌଦ୍ଧଜିଲ୍ଲାର ବିଭିନ୍ନ ସ୍ଥାନ ମାନଙ୍କରେ ବୁଦ୍ଧଜୟନ୍ତୀ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ବୁଦ୍ଧ ପୂର୍ଣ୍ଣିମା ଉପଲକ୍ଷେ ରାଜ୍ୟସରକାର ପ୍ରଥମଥର ପାଇଁ ବୌଦ୍ଧଜିଲ୍ଲାକୁ ଛୁଟି ଘୋଷଣା କରିଛନ୍ତି । ଭଗବାନ ବୁଦ୍ଧଙ୍କ ଉଦ୍ଦେଶ୍ୟରେ ସଂସ୍କୃତିସଂପନ୍ନ ବୌଦ୍ଧଜିଲ୍ଲା ନାମିତ ହେଉଥିବାରୁ ପ୍ରତିବର୍ଷ ବୁଦ୍ଧ ପୂର୍ଣ୍ଣିମାକୁ ବୌଦ୍ଧବାସୀ ମହାସମାରୋହରେ ପାଳନ କରିଥାନ୍ତି । ଚଳିତବର୍ଷ କରୋନା ମହାମାରୀ ପାଇଁ ଏହି ଉତ୍ସବ ସମସ୍ତ ନୀତିକାନ୍ତି ସହିତ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳ ୯ଟାରେ ରାଜବାଟୀସ୍ଥିତ ବୁଦ୍ଧପାର୍କରେ ଭୂମିସ୍ପର୍ଶ ମୁଦ୍ରାରେ ଅବସ୍ଥିତ ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା । ପରେପରେ ରାମେଶ୍ୱର ମନ୍ଦିର, ମହାନଦୀ ପାର୍କ, ଜିଲ୍ଲା ସଂଗ୍ରହାଳୟସ୍ଥିତ ବୁଦ୍ଧଙ୍କ ପ୍ରତିମୂ୍‌ର୍ତ୍ତୀ, ଶ୍ୟାମସୁନ୍ଦରପୁର, ପରଗଳପୁରସ୍ଥିତ ବୁଦ୍ଧ ପ୍ରତିମୂର୍ତ୍ତୀ ନିକଟରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଏନ.ସି ଜ୍ୟୋତିରଞ୍ଜନ ନାୟକ, ପିଡିଡିଆରଡିଏ ବବିତାରାଣୀ ଦଳବେହେରା, ଉପ-ଜିଲ୍ଲାପାଳ ଅଶ୍ୱିନୀ କୁମାର ମେହେର, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ, ଏନଏସି ନିର୍ବାହୀ ଅଧିକାରୀ ଇଂ. ମନୋରଞ୍ଜନ ପଣ୍ଡା, ବୌଦ୍ଧ ବିଡିଓ ଦେବୀପ୍ରସାଦ ଦାଶ, ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରା ପ୍ରମୁଖ ଉପସ୍ଥିତ ରହି ବୁଦ୍ଧଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

hiring

ଭଗବାନ ବୁଦ୍ଧ ଅହିଂସା ଓ ଶାନ୍ତିର ପ୍ରତୀକ ଥିବାରୁ ଆଜିର ଏହି ପବିତ୍ର ଦିବସରେ ସମସ୍ତେ ନିଜନିଜ ଘରେ ଦୀପଦାନ କରିବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ସମସ୍ତଙ୍କୁ ଆହ୍ୱାନ କରିଥିଲେ । ଏଥିସହିତ ବିଭିନ୍ନ ମନ୍ଦିର ଯାଇ ସେଠାର କାମ ତଦାରଖ କରିଥିଲେ । ପରଗଳପୁର ଯିବା ରାସ୍ତାରେ କରୋନା ମହାମାରୀ ପାଇଁ ଲୋକଙ୍କୁ ସଚେତନ ମଧ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମରେ ବୁଦ୍ଧଜୟନ୍ତୀ କମିଟିର ଆବାହକ ଦେବାଶିଷ ପୁରୋହିତ, ସଦସ୍ୟ ସତ୍ୟନାରାୟଣ ହୋତା, ସତ୍ୟନାରାୟଣ ପାଣି, ସୁଶାନ୍ତ ମହାପାତ୍ର, ସୁଜ୍ଞାନ ପାତ୍ର, ଶଙ୍କର ପ୍ରସାଦ ମିଶ୍ର, ରଘୁନାଥ ଷଡଙ୍ଗୀ, ପ୍ରବୀର କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ମାଲ୍ୟାର୍ପଣ କରିଥିଲେ । ଆଜିର ଦିନରେ ଆମିଷ ଭକ୍ଷଣ ନକରିବାପାଇଁ ସମସ୍ତଙ୍କୁ ଜିଲ୍ଲାପାଳ ବାର୍ତ୍ତା ଦେଇଥିବାବେଳେ ବୁଦ୍ଧ ପୂର୍ଣ୍ଣିମା ଅବସରରେ ସମସ୍ତ ଆମିଷ ଦେକାନ ବନ୍ଦ ରହିଥିଲା ।

hiranchal ad1
Leave A Reply

Your email address will not be published.

18 − five =