ବୌଦ୍ଧଜିଲ୍ଲା: ଆରମ୍ଭହେଲା ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା, ପ୍ରଥମ ଦିନରେ ୬୩ ଜଣ ୱାର୍ଡମେମ୍ବରଙ୍କ ପ୍ରାର୍ଥୀପତ୍ର ଦାଖଲ

0 259

ବୌଦ୍ଧ,୧୭/୧ – ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ପ୍ରକ୍ରିୟା ପାଇଁ ଆଜି ବୌଦ୍ଧ ଜିଲ୍ଲାରେ ମଧ୍ୟ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଯାଇଛି । ୧୭ ତାରିଖରୁ ୨୧ ତାରିଖ ଯାଏଁ ୱାର୍ଡମେମ୍ବର, ସରପଞ୍ଚ, ସମିତିସଭ୍ୟ, ଜିଲ୍ଲାପରିଷଦ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବାକୁଥିବାବେଳେ ଓ ସରକାରଙ୍କ କୋଭିଡ ମାର୍ଗଦର୍ଶିକା ପାଳନକରି ଆଜି ଜିଲ୍ଲାର ବିଭିନ୍ନ ସମିତିସଭ୍ୟ /ସଭ୍ୟା ଆଶାୟୀ ପ୍ରାର୍ଥୀମାନେ ନିଜ ନିଜ ଅଞ୍ଚଳର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ଓ ସରପଞ୍ଚ ଏବଂ ୱାର୍ଡମେମ୍ବର ପ୍ରାର୍ଥୀ /ପ୍ରାର୍ଥିନୀ ମାନେ ପଞ୍ଚାୟତ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ ଆରମ୍ଭ କରିଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ପ୍ରଥମ ଦିନରେ ବୌଦ୍ଧବ୍ଲକରେ ୨୨ ଜଣ ୱାର୍ଡମେମ୍ବର, ଜଣେ ସରପଞ୍ଚ, ହରଭଙ୍ଗା ବ୍ଲକରେ ୨୨ ଜଣ ୱାର୍ଡମେମ୍ବର, କଣ୍ଟାମାଳ ବ୍ଲକରେ ୧୯ ଜଣ ୱାର୍ଡମେମ୍ବର, ଜଣେ ସରପଞ୍ଚ ଓ ଜଣେ ପଞ୍ଚାୟତ ସମିତିସଭ୍ୟ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

hiranchal ad1
Leave A Reply

Your email address will not be published.

six + eight =