ବାଉଁଶୁଣୀ : ଛେଳିବାହାଲରେ ପାନୀୟଜଳ ସଂକଟ

0 455

ବାଉଁଶୁଣି /ବୌଦ୍ଧ,୯/୮: ବୌଦ୍ଧ ବ୍ଲକ୍‌ ବାଉଁଶୁଣି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଛେଳିବାହାଲ୍‌ ଗ୍ରାମରେ ପାନୀୟ ଜଳର ଘୋର ସଂକଟ ଦେଖା ଦେଇଛି । ଲୋକେ ପାଣି ପାଇଁ ଗ୍ରାମରୁ ପ୍ରାୟ ଏକ କିଲୋମିଟର ରାସ୍ତା ଯିବାକୁ ପଡୁଛି । ଗ୍ରାମରେ ଥିବା ସମସ୍ତ ତିନିଗୋଟି ନଳକୂପ ଗୋଟିଏ ପରେ ଗୋଟିଏ ଖରାପ ହୋଇଯିବା ଫଳରେ ଲୋକେ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଛନ୍ତି । ଗ୍ରାମ ପଞ୍ଚ଼ାୟତରେ ବାରମ୍ବାର ଅଭିଯୋଗ ହୋଇଛି କିନ୍ତୁ ନଳକୂପ ମରାମତି ହୋଇପାରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗ୍ରାମରେ ଥିବା ସୌରଶକ୍ତି ଜଳ ଯୋଗାଣ ପ୍ରକଳ୍ପ ମଧ୍ୟ ଅଚଳ ହୋଇପଡିଛି । ତାହା ମଧ୍ୟ ମରାମତି ଅଭାବରୁ କାର୍ଯ୍ୟକ୍ଷମ ହୋଇ ପାରୁନଥିବା ଅଭିଯୋଗ ହୁଏ । ବ୍ଲକ ପାନୀୟ ଜଳ ଯୋଗାଣ ବିଭାଗ କିମ୍ବା ପ୍ରଶାସନ ଏ ସମ୍ପର୍କରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

hiranchal ad1
Leave A Reply

Your email address will not be published.

five + 6 =