ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଆରମ୍ଭ

0 648

ବୌଦ୍ଧ,୧୪/୯ – ଆଜି ସାରା ରାଜ୍ୟ ସମେତ ବୌଦ୍ଧ ଜିଲ୍ଲାରେ ମାଟ୍ରିକ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଆରମ୍ଭ ହୋଇଯାଇଛି । ବୌଦ୍ଧଜିଲ୍ଲାରେ ୪ ଗୋଟି କେନ୍ଦ୍ରରେ ପରୀକ୍ଷା କରାଯାଉଥିବା ଜଣାପଡିଛି । ବୌଦ୍ଧସ୍ଥିତ ଯୋଗିନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ, ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଓ ପୁରୁଣା କଟକ ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେଉଥିବାବେଳେ ସରସରା ସ୍ଥିତ ବାବା ବୈଦ୍ୟନାଥ ଉଚ୍ଚ ବିଦ୍ୟାଳୟରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଅନୁଷ୍ଠିତ ହେଉଛି । ରେଗୁଲାର୍‌ ଓ ଏକ୍ସ ରେଗୁଲାର୍‌ ମିଶି ୫୫୧ ଜଣ ଫର୍ମ ପୂରଣ କରିଥିବା ସ୍ଥଳେ ୫୨୧ ଜଣ ପରୀକ୍ଷା ଦେଇଥିଲେ ଓ ୩୦ ଜଣ ଅନୁପସ୍ଥିତ ଥିଲେ । ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ପାଇଁ ୧୦୧ ଜଣ ଫର୍ମ ପୂରଣ କରି ୭୭ ଜଣ ପରୀକ୍ଷା ଦେଇଛନ୍ତି ଓ ୨୪ ଜଣ ଅନୁପସ୍ଥିତ ଥିବା ଜଣାପଡିଛି । ପରୀକ୍ଷା ଶୃଙ୍ଖଳିତ କରିବାପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇ ୬୦ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

14 + four =