ବୌଦ୍ଧ,୧୧/୯: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂପୁର ନର୍ସରୀ ପରିସରରେ ଷଷ୍ଠ ଗଡ଼ଜାତ ଲୋକ ମହୋତ୍ସବର ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ରାଧାନଗର, ମଥୁରା, ସାଂପୋଚ, ବୀରନରସିଂପୁର ପଞ୍ଚାୟତର ସରପଞ୍ଚ଼, ସମିତିସଭ୍ୟ ତଥା ଗଡଜାତ ସାଂସ୍କୃତିକ ପରିଷଦର କର୍ମକର୍ତ୍ତା ଯୋଗଦେଇଥିଲେ । ଗତ ୫ ବର୍ଷ ଧରି ଏହି ମହୋତ୍ସବ ସଫଳତାର ସହିତ ଅନୁଷ୍ଠିତ ହୋଇଥିବାବେଳେ ଚଳିତବର୍ଷ ଏହାକୁ ଅଧିକ ସରସ, ସୁନ୍ଦର ଓ ଲୋକାଭିମୁଖୀ କରିବାପାଇଁ ସ୍ଥିରୀକୃତ ହୋଇଥିଲା । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଡ଼ିସେମ୍ବର ୧୫ ରୁ ୧୯ ତାରିଖ ପର୍ଯ୍ୟନ୍ତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଗଡ଼ଜାତ ସାଂସ୍କୃତିକ ପରିଷଦର ସଭାପତି ବିଶ୍ୱଜିତ ମିଶ୍ର ଅଧ୍ୟକ୍ଷତା କରିଥିବାବେଳେ ସମ୍ପାଦକ ଦେବାଶିଷ ମହାକୁଳ ସ୍ୱାଗତ ଭାଷଣ ଦେଇଥିଲେ । ନୀଳାଚଳ ବିହାରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ଜୟ କିଶୋର ମିଶ୍ର, ପୂର୍ଣ୍ଣଚନ୍ଦ୍ର ଗାଈଗୌରିଆ,ବାଂଛାନିଧି ପ୍ରଧାନ, ସୁଜ୍ଞାନ ପ୍ରଧାନ, ପ୍ରଭାତ ନାଏକ, ହରି ଅର୍ଜୁନ ସାହୁ, ଧରଣୀଧର ସାହୁ ପ୍ରମୁଖ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।