ସପ୍ତାହେ ପରେ ପୁଣି ବନ୍ଦ ହେଲା କ୍ଷୀର, ଚିନ୍ତାରେ ଗୋପାଳକ

0 140

ବୌଦ୍ଧ/ଜହ୍ନାପଙ୍କ,୧୪/୫- ଦୁଇ ଦିନ ବନ୍ଦ, ସପ୍ତାହେ ଚାଲିଲା, ପୁଣି ବନ୍ଦ । ଏ ହେଉଛି ଜହ୍ନାପଙ୍କସ୍ଥିତ ଚାରିଶମ୍ଭୁ ଦୁଗ୍ଧ ଉତ୍ପାଦକ ସମିତିର ଅବସ୍ଥା । ସମିତିରେ ଅଞ୍ଚଳର ୨୦ ଟି ଗାଁର ଦୁଗ୍ଧ ଚାଷୀ ଦୀର୍ଘ ୫ ବର୍ଷ ହେଲା ସମିତିକୁ କ୍ଷୀର ଦେଇଆସୁଥିଲେ । ଏଠାରୁ ମନମୁଣ୍ଡା ଓମ୍‌ଫେଡ଼ କ୍ଷୀର ନେଉଥିଲା । କିନ୍ତୁ ୨୦୨୦ ଅଗଷ୍ଟ ମାସରେ ଚାଷୀଙ୍କ ତିନି ଦିନର କ୍ଷୀରକୁ ନିମ୍ନମାନର ଦର୍ଶାଇ ପ୍ରାପ୍ୟ ଅର୍ଥ ନଦେବାରୁ ଦୁଗ୍ଧ ଚାଷୀ ଓମ୍‌ଫେଡ଼କୁ କ୍ଷୀର ଦେବାକୁ ମନାକଲେ । ସେହିଦିନଠୁ ପୁରୁଣାକଟକର ଏକ ଘରୋଇ ସଂସ୍ଥା କ୍ଷୀର ନେଉଥିଲା । ଏବଂ କ୍ଷୀରରୁ ବିଭିନ୍ନ ମିଠା ତିଆରି ଦୋକାନଗୁଡିକୁ ଦେଉଥିଲା । ରାଜ୍ୟ ସରକାରଙ୍କ ୧୫ ଦିନିଆ ଲକଡାଉନ ଯୋଗୁଁ ଦୋକାନ ବଜାର ବନ୍ଦ ରହିଛି । ଯାହାଫଳରେ ଘରୋଇ ସଂସ୍ଥା ନେବାକୁ ମନା କରିବାରୁ ଦୁଗ୍ଧ ଚାଷୀଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ପ୍ରତ୍ୟହ ଗାଈମାନଙ୍କୁ ଦାନା କିଣି ଦେଇ ଖର୍ଚ୍ଚାନ୍ତ ହେଉଥିବା ବେଳେ ଅପରପକ୍ଷେ ଦୁଗ୍ଧ ବିକ୍ରୀ ନହେବାରୁ ଚିନ୍ତାରେ ପଡିଛନ୍ତି । ପୂର୍ବରୁ ଏସମ୍ପର୍କରେ ଜିଲ୍ଲାପାଳ ଓ ସିଡିଭିଓଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଆଜି ଯାଏଁ କୌଣସି ସମାଧାନ କରିନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ସୂଚନାଯୋଗ୍ୟ ଯେ ପ୍ରତ୍ୟହ ତେଲିବନ୍ଧ, କମିରା ଓ ଖୁଂଟବନ୍ଧ ସମିତିରୁ ଓମ୍‌ଫେଡ଼ ନିୟମିତ କ୍ଷୀର ନେଉଥିବା ବେଳେ କେଉଁ କାରଣରୁ ଜହ୍ନାପଙ୍କ ସମିତିରୁ ନେଉନାହିଁ ତାହା ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଅଞ୍ଚଳର ଦୁଗ୍ଧ ଚାଷୀ ଦାବି କରିଛନ୍ତି । ତୁରନ୍ତ ଏହାର ସ୍ଥାୟୀ ସମାଧାନ ନକଲେ ଅଞ୍ଚଳର ଗୋପାଳକମନେ ଜାତୀୟ ରାଜପଥ ୫୭ ଉପରେ ଗାଈରଖି ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

two × five =