ଶିଶୁ ମାନଙ୍କର ମାନସିକ ଏବଂ ମନୋସାମାଜିକ ସ୍ୱାସ୍ଥ୍ୟର ଉନ୍ନତି ନିମନ୍ତେ କାର୍ଯ୍ୟକ୍ରମ

0 77

ବୌଦ୍ଧ,୧୭/୧- ୱାଇସିଡିଏ ଏବଂ ଚାଇଲଡ଼ ଲାଇନ ବୌଦ୍ଧ ପକ୍ଷରୁ ଜିଲ୍ଲା ମ୍ୟୁଜିଅମରେ ଆଜି ଶିଶୁମାନଙ୍କ ନିମନ୍ତେ କୋଭିଡ-୧୯ ସମୟରେ ଶିଶୁ ମାନଙ୍କର ମାନସିକ ଏବଂ ମନୋସାମାଜିକ ସ୍ୱାସ୍ଥ୍ୟର ଉନ୍ନତି ନିମନ୍ତେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଡେ଼ପୁଟି କଲେକ୍ଟର ଅବନୀକାନ୍ତ ସାହୁ, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ସାକ୍ଷୀଗୋପାଳ ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ, ୱାଇସିଡିଏରୁ ଅରୁଣ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ଚିକିତ୍ସାଳୟ, ଡ଼ିଏମଏଚପିରୁ ଅବିନାଶ ମିଶ୍ର, ବେସିକ ନିଡସ ଇଣ୍ଡିଆରୁ କୁମାର କର୍ମୀ, ମାନସିକ ଏବଂ ମନୋସାମାଜିକ ସ୍ୱାସ୍ଥ୍ୟର ଉନ୍ନତି ସମ୍ବନ୍ଧରେ କହିଥିଲେ ।

hiring

ଏହି ଅବସରରେ ୱାଇସିଡିଏ ପକ୍ଷରୁ କୋଭିଡ -୧୯ କାର୍ଯ୍ୟପ୍ରଣାଳୀ ବହି ଉନ୍ମୋଚିତ ହୋଇଥିଲା ଏବଂ ଚାଇଲଡ଼ ଲାଇନ ପକ୍ଷରୁ ଚାଇଲଡ଼ ଲାଇନ ସେ ଦୋସ୍ତିର ସୁରକ୍ଷା ବନ୍ଧନ ଶିଶୁମାନେ ଉପସ୍ଥିତ ଅତିଥି ମନକୁ ବାନ୍ଧିଥିଲେ । ୱାଇସିଡିଏରୁ ମମତା ପରିଡ଼ା, ବବିନା ନାଏକ, ସୁଧାମୟୀ ରଥ, ହରପ୍ରସାଦ ତ୍ରିପାଠୀ, ଅମିତାବ କେଶରୀ ଦାସ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

twelve + 18 =