ବୌଦ୍ଧ : ଆଜି ୪୨ କରୋନା ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ହେଲା ୧୮୧୬

0 2,748

ବୌଦ୍ଧ,୨୮/୯ – ଆଜି ବୌଦ୍ଧ ଜିଲ୍ଲାରେ ପୁଣି ନୂତନ ୪୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ୪୨ ଜଣ କରୋନା ପଜିଟିଭଙ୍କୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ୧୮୧୬ରେ ପହଞ୍ଚିଛି । ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ବୌଦ୍ଧ ସହରାଞ୍ଚଳ ମଧ୍ୟରୁ ୩ ଜଣ, ହରଭଙ୍ଗା ବ୍ଲକ୍‌ ସରସରା ଗ୍ରାମରୁ ୧ ଜଣ, ହରଭଙ୍ଗା ଗ୍ରାମରୁ ୫ ଜଣ, କୁଶଙ୍ଗ ଗ୍ରାମରୁ ୧ ଜଣ, କୁମାରୀ ଗ୍ରାମରୁ ୧ ଜଣ, ବୌଦ୍ଧ ବ୍ଲକ୍‌ ଆମ୍ବଝରୀ ଗ୍ରାମରୁ ୨୧ ଜଣ, କଣ୍ଟାମାଳ ବ୍ଲକ୍‌ ମନମୁଣ୍ଡା ଗ୍ରାମରୁ ୨ ଜଣ, ପଦରପଡା ଗ୍ରାମରୁ ୨ ଜଣ, ଖଇରହଣା ଗ୍ରାମରୁ ୧ ଜଣ, ଲମ୍ବସରୀ ଗ୍ରାମରୁ ୧ ଜଣ, ବାରଡୋଲ ଗ୍ରାମରୁ ୧ ଜଣ, ବାସୁଦେବପାଲି ଗ୍ରାମରୁ ୧ ଜଣ, ଘୁଚାଙ୍ଗୀ ଗ୍ରାମରୁ ୧ ଜଣ ଓ ନୁର୍ପା ଗ୍ରାମରୁ ୧ ଜଣ ବୋଲି ଜଣାପଡିଛି ।

hiranchal ad1
Leave A Reply

Your email address will not be published.

seventeen + eighteen =