ବୌଦ୍ଧ,୨୮/୧୧- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂହପୁର ନର୍ସରୀଠାରେ ୭ନମ୍ବର ଜୋନ ଜିଲ୍ଲା ପରିଷଦସ୍ତରୀୟ ବିଜେଡି କର୍ମୀମାନଙ୍କୁ ନେଇ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ଯୁଗ୍ମ ସମ୍ପାଦଜ ଅଶୋକ କୁମାର ସାହୁ ସଭାପତିତ୍ୱ କରିଥିଲେ । ମୁଖ୍ୟଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଯୋଗଦେଇ ତୃଣମୂଳ ସ୍ତରରୁ ସଂଗଠନକୁ ସୁଦୃଢ କରିବା ପାଇଁ ପରାମର୍ଶ ଦେଇଥିଲେ । ବିଭିନ୍ନ ଆଲୋଚନାରେ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ସୁବୋଧ କୁମାର ପ୍ରଧାନ, ହରଭଙ୍ଗା ବ୍ଲକ ଅଧକ୍ଷ ବିଶ୍ୱଜିତ ମିଶ୍ର, ମାନସ ପୁରୋହିତ, ତାରେଣୀ ମହାପାତ୍ର, ବସନ୍ତ ସ୍ୱାଇଁ, ମୃତ୍ୟୁଞ୍ଜୟ ମିଶ୍ର, ଅରୁଣ ପ୍ରଧାନ, ଲଳିତ ଥାଟି, ନିର୍ଗୁଣ ମହାକୁଡ଼, ଜୟସେନ ମିଶ୍ର, ତରଣୀସେନ ମାହାର, ହରିହର ମିଶ୍ର, ନିଶିକାନ୍ତ ସାହୁ ପ୍ରମୁଖ ଭାଗ ନେଇଥିବା ବେଳେ ଏଥିରେ ବୌଦ୍ଧ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଭାବେ ସୋଭାଗ୍ୟ ରଞ୍ଜନ ନାଏକ ଯୋଗଦେଇଥିଲେ । ଶେଷରେ ପୂର୍ବ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।