ଆରମ୍ଭ ହେଲା ବୌଦ୍ଧର ପ୍ରସିଦ୍ଧ ଶ୍ରୀରାମଲୀଳା ଯାତ୍ରା

0 232

ବୌଦ୍ଧ,୧୦/୪: ଆଜି ଶ୍ରୀରାମନବମୀରୁ ବୌଦ୍ଧର ପ୍ରସିଦ୍ଧ ଗଣପର୍ବ ଶ୍ରୀରାମଲୀଳା ଯାତ୍ରା ଆରମ୍ଭ ହୋଇଛି । ଏନେଇ ଆଜି ସକାଳୁ ହନୁମାନ ମନ୍ଦିର ଘାଟ ମହାନଦୀରୁ ୧୦୮ କଳସରେ ଜଳ ବୁଡାଇ ଶତାଧିକ ମହିଳା ଓ ପୁରୁଷ ସହର ପରିକ୍ରମାକରି ଯଜ୍ଞସ୍ଥାନରେ ସ୍ଥାପିତ କରିଥିଲେ । ଦୀର୍ଘ ୧୮ ଦିନ ଧରି ହେବାକୁ ଥିବା ଏହି ଯାତ୍ରାକୁ ଖୁବ ଧୁମଧାମରେ ପାଳନ କରାଯାଉଛି । କରୋନା କଟକଣା ପାଇଁ ଗତ ୨ବର୍ଷ ହେଲା ବ୍ରତଧାରୀ ତଥା ଶ୍ରଦ୍ଧାଳୁମାନେ ଏହି ଉତ୍ସବରେ ସାମିଲ ହୋଇପାରୁନଥିବାବେଳେ ଚଳିତବର୍ଷ କଟକଣା ଉଠିଯାଇଥିବାରୁ ଭକ୍ତଙ୍କ ମନରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଆଜି ସହରର ପ୍ରଭୁ ଶ୍ରୀରଘୁନାଥଜୀଙ୍କ ମନ୍ଦିରରେ ପ୍ରବଳ ଜନଗହଳି ରହିଥିବାବେଳେ ଭକ୍ତମାନେ ମର୍ଯ୍ୟାଦାପୁରୁଷ ଶ୍ରୀରାମଙ୍କ ଦର୍ଶନ କରି ଅତ୍ୟନ୍ତ ଭାବବିହ୍ୱଳିତ ହେଉଥିବା ଦେଖିବାକୁ ମିଳିଥିଲା । ଆଜି ଶ୍ରୀରାମନବମୀ ପାଇଁ ସହରରେ ଆମିଷ ବିକ୍ରିକୁ ସଂପୂର୍ଣ୍ଣ ନିଷେଧ କରାଯାଇଥିବାବେଳେ ସନ୍ଧ୍ୟାରେ ଦୀପ ଜାଳି ପ୍ରଭୁ ଶ୍ରୀରାମଙ୍କ ଆଗମନକୁ ସ୍ୱାଗତ କରିବାକୁ ଶ୍ରୀରାମଲୀଳା ନାଟ୍ୟସଂସଦ ଆୟୋଜକଙ୍କ ତରଫରୁ ବୌଦ୍ଧବାସୀଙ୍କୁ ଅନୁରୋଧ କରାଯାଇଛି ।

hiranchal ad1
Leave A Reply

Your email address will not be published.

fourteen − ten =