ବୌଦ୍ଧରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ

0 67

ବୌଦ୍ଧ,୨୪/୧:- ଆଜି ସ୍ଥାନୀୟ ଟାଉନହଲ ଠାରେ ଜିଲ୍ଲାପ୍ରଶାସନ ତରଫରୁ ଜାତୀୟ କନ୍ୟା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାସ ଯୋଗଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଘନଶ୍ୟାମ ମେହେର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସେବାଷ୍ଟିନ କୁଜୁର, ଡିପିଏମ ରୂପକ ମହାପାତ୍ର, ଜିଲ୍ଲା ବାଳିକା ସଂଯୋଜିକା ରାଜଲକ୍ଷ୍ମୀ ପଣ୍ଡା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟଅତିଥି ଶ୍ରୀ ଦାସ ଏହି ଅବସରରେ କହିଥିଲେ ଯେ ବହୁ ପୁରାତନ କାଳରୁ ମୁନିଋଷିମାନେ ନାରୀଶକ୍ତିକୁ ପୂଜା କରୁଥିଲେ । ଏବେ ସରକାର ବିଭିନ୍ନ ସଚେତନଧର୍ମୀ କାର୍ଯ୍ୟ ମାଧ୍ୟମରେ ନାରୀଶକ୍ତିକୁ ସଶକ୍ତ କରିବାପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ।

hiring

ସମସ୍ତ ବାଳିକାମାନେ କିପରି ପାଠ ପଢି ଶିକ୍ଷିତ ହେବେ ଖେଳ, ନାଚ, ଗୀତ, ଯୋଗ ସବୁକ୍ଷେତ୍ରରେ ଅଂଶଗ୍ରହଣ କରିବେ ସେଥିପାଇଁ ପ୍ରୋତ୍ସାହିତ କରିଛନ୍ତି । ଅନ୍ୟାନ୍ୟ ଅତିଥି ମାନେ ଆଜିର ଦିବସର ତାତ୍ପର୍ଯ୍ୟ ବୁଝାଇବା ସହ ନାରୀ ଜାଗରଣ ହେଲେ ସମାଜର ଉନ୍ନତି ହୋଇପାରିବ । ସେଥିପାଇଁ କନ୍ୟାରତ୍ନ ମାନେ କିପରି ସାହାସୀ ହେବେ ସେ ଉପରେ ଉପସ୍ଥିତ ବାଳିକାମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ବୌଦ୍ଧ ଏନଏସି ସିଆରସିସି ସନ୍ତୋଷ କୁମାର କର୍ଣ୍ଣ ମଞ୍ଚ ପରିଚାଳନା କରିଥିବାବେଳେ ସୁରକ୍ଷା ଅଧିକାରୀ ରାଜେନ୍ଦ୍ର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

16 − nine =