ବୌଦ୍ଧରେ ମୋ ଘର ଯୋଜନା ପ୍ରଥମ କିସ୍ତି ଶୁଭାରମ୍ଭ

0 52

ବୌଦ୍ଧ,୧୪/୭:- ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ‘ମୋ ଘର’ ଯୋଜନା ଶୁଭାରମ୍ଭ କରାଯାଇ ପ୍ରଥମ କିସ୍ତି ପ୍ରଦାନ କରାଯାଇଛି । ଏହି ଯୋଜନାରୁ ୩ ଜଣ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରାଯାଇଛି । ପ୍ରଥମ ହିତାଧିକାରୀ ଭାବେ ବୌଦ୍ଧ ବ୍ଲକ ଅଇଁଳାପାଲି ପଞ୍ଚାୟତର ପ୍ରହଲ୍ଲାଦ ସେଠୀଙ୍କୁ ଏକ୍ସିସ ବ୍ୟାଙ୍କ ତରଫରୁ ପ୍ରଥମ କିସ୍ତି ଅର୍ଥ ୨ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଦ୍ୱିତୀୟ ହିତାଧିକାରୀ ଭାବେ ବୌଦ୍ଧ ବ୍ଲକ ବାଉଁଶୁଣୀ ପଞ୍ଚାୟତର ଚିତ୍ରସେନ ଥାଟିଙ୍କୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ୩ଲକ୍ଷ ଟଙ୍କା ଏବଂ ତୃତୀୟ ହିତାଧିକାରୀ ଭାବେ ହରଭଙ୍ଗା ବ୍ଲକ କରଞ୍ଜକଟା ପଞ୍ଚାୟତର ରୁଧୁର ବେହେରାଙ୍କୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ପ୍ରଥମ କିସ୍ତି ଅର୍ଥ ୧ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଏହି ଅବସରରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ, ଉପ ଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ହରଭଙ୍ଗା ବିଡିଓ ସ୍ୱପ୍ନିତା ନାୟକ, ବୌଦ୍ଧ ବିଡିଓ ଅବିନାଶ ପାଣ୍ଡିଆ, ହରଭଙ୍ଗା ଓ ବୌଦ୍ଧ ତହସିଲଦାରଙ୍କ ସମେତ ବହୁ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ । ବ୍ୟାଙ୍କ ଅଧିକାରୀଙ୍କ ଉପସ୍ଥିତିରେ ଏହି ୩ ଜଣ ହିତାଧିକାରୀଙ୍କୁ ଏହି ଅର୍ଥ ଚେକ ମାଧ୍ୟମରେ ପ୍ରଦାନ କରାଯାଇଛି ।

hiranchal ad1
Leave A Reply

Your email address will not be published.

two + six =