ବୌଦ୍ଧରେ ପିସିପିଏନଡିଟି ବୈଠକ
ବେଆଇନ ଲିଙ୍ଗ ନିରୁପଣ କ୍ଲିନିକର ସୂଚନା ଦେଲେ ମିଳିବ ୨୫ହଜାର ଟଙ୍କା ପ୍ରୋତ୍ସାହନ ରାଶି

0 64

ବୌଦ୍ଧ,୩/୨:- ଜିଲ୍ଲାପାଳଙ୍କ ସଦଭାବନା ଗୃହଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ପିସିପିଏନଡିଟି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବେଆଇନ ଲିଙ୍ଗ ନିରୁପଣ କ୍ଲିନିକର ସୂଚନା ଦେଲେ ସେହି ବ୍ୟକ୍ତିଙ୍କୁ ୨୫ହଜାର ଟଙ୍କା ପ୍ରୋତ୍ସାହନ ରାଶି ତାଙ୍କ ନାମକୁ ଗୋପନ ରଖାଯାଇ ଦିଆଯିବ । ରାଜ୍ୟରେ ବେଆଇନ ଲିଙ୍ଗ ନିରୂପଣକୁ ରୋକିବା ଲାଗି ସରକାର ଏହି ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ବେଆଇନ କାର୍ଯ୍ୟରେ ଲିପ୍ତଥିବା କ୍ଲିନିକ ସଂପର୍କରେ ସୂଚନାଦେଲେ ସୂଚନାକାରୀଙ୍କୁ ୩ଟି କିସ୍ତିରେ ୨୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । କେବଳ ପ୍ରୋତ୍ସାହନ ରାଶି ନୁହେଁ ତାଙ୍କର ସମସ୍ତ ତଥ୍ୟକୁ ଗୋପନୀୟ ରଖିବାସହ ଆଇନଗତ ମାମଲାରେ ମଧ୍ୟ କୌଣସି ପ୍ରକାର ସମ୍ମୁଖୀନ ହେବାକୁ ପଡିବ ନାହିଁ ବୋଲି ସୂଚନା ଦିଆଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ଡିଏମଓ ଡ. ସଂଘମିତ୍ରା ପଣ୍ଡା, ଉପ-ଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ, ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

19 + 20 =