ପଲସାଗୋରା ଓ ଛତରଙ୍ଗ ଠାରେ ସୁନେତ୍ର ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ

0 83

ବୌଦ୍ଧ,୯/୧୧- ବୌଦ୍ଧ ଜିଲ୍ଲା ପଲଶାଗୋରା ଉଚ୍ଚପ୍ରାଥମିକ ବିଦ୍ୟାଳୟ ଠାରେ ଜିଲ୍ଲା ଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ଅନୁକୂଲ୍ୟରେ ବୁଧବାର ସୁନେତ୍ର ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ଜିଲ୍ଲା ଅନ୍ତର୍ନିବେଶି ଶିକ୍ଷା ସଂଯୋଜକ ହରିଶଙ୍କର ଦଣ୍ଡସେନା ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଣ୍ଟାମାଳ ବ୍ଲକର ବିଆରସିସି ଓ ଏବିଇଓ ତଥା ପଲସାଗୋରା , ଗବଯୋର, ଲମ୍ବସରି ଓ ଖଟଖଟିଆ ଆଦି କ୍ଲଷ୍ଟରର ସିଆରସିସୀମାନେ ଉପସ୍ଥିତ ଥିଲେ । ଶିକ୍ଷା ବିଭାଗର ଅନ୍ୟାନ୍ୟ ଅଧିକାରୀ ବୃନ୍ଦ ମଧ୍ୟ ଉପସ୍ଥିତ ଥିଲେ । ଏଥିରେ ୨୨୫ ଜଣ ଛାତ୍ରଛାତ୍ରୀଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ତନ୍ମଧ୍ୟରୁ ୧୧ ଜଣ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଆବଶ୍ୟକ ଚଷମା ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଏହି ଶିବିରରେ ସୁବର୍ଣ୍ଣପୁର ଜିଲ୍ଲାର ପଣ୍ଡାପାଲି ମହାନଦୀ ନେତ୍ର ଚିକିତ୍ସାଳୟରୁ ଦୁଇଜଣ ସହକାରୀ ଚକ୍ଷୁ ଚିକିତ୍ସକ ଉପସ୍ଥିତ ରହି ପିଲାମାନଙ୍କ ଚକ୍ଷୁ ପରୀକ୍ଷା କରିଥିଲେ । ଏହି ଅବସରରେ ହରଭଙ୍ଗା ବ୍ଲକ ଛତରଙ୍ଗ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଅନୁରୂପ ଭାବେ ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ସେଠାରେ ୨୬୮ ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ, ସେମାନଙ୍କ ମଧ୍ୟରୁ ୨୬ ଜଣକୁ ମାଗଣାରେ ଚଷମା ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

hiranchal ad1
Leave A Reply

Your email address will not be published.

fourteen − 1 =