ଗଣମାଧ୍ୟମର ସୁରକ୍ଷା ପାଇଁ ଆଗାମୀ ଦିନରେ ରାଜରାସ୍ତାକୁ ଓଲ୍ଲାଇବ ରାଜ୍ୟ ସାମ୍ବାଦିକ ୟୁନିଅନ – ରାଜ୍ୟ ସଭାପତି

0 74

ବୌଦ୍ଧ,୨୭/୧୧ -ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ । ଏଥିରେ କର୍ମରତ ସାମ୍ବାଦିକମାନେ ସମାଜକୁ ଶୃଙ୍ଖଳିତ ଓ ସୁରକ୍ଷିତ ରଖିବା ପାଇଁ ଅନବରତ ପ୍ରୟାସ ଜାରି ରଖିଛନ୍ତି । ଅନ୍ୟପକ୍ଷରେ ରାଜ୍ୟ ସରକାର ସାମ୍ବାଦିକଙ୍କୁ ସୁରକ୍ଷା ଏବଂ ସହଯୋଗ ଯୋଗାଇଦେବାରେ ଅବହେଳା କରିବା ଗଣତନ୍ତ୍ର ପ୍ରତି ଉପହାସ ସଦୃଶ୍ୟ । ସାମ୍ବାଦିକଙ୍କୁ ତାଙ୍କର ମୌଳିକ ସୁବିଧା ଓ ସୁଯୋଗ ଯୋଗାଇବା ପାଇଁ ଆବଶ୍ୟକତା ପଡିଲେ ସରକାରଙ୍କ ବିରୁଦ୍ଧରେ ରାଜ୍ୟ ସାମ୍ବାଦିକ ୟୁନିଅନ ଆନ୍ଦୋଳନକୁ ଓଲ୍ଲାଇବ ବୋଲି ଆଜି ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂହପୁର ଠାରେ ବୌଦ୍ଧ ଜିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ଆୟୋଜିତ ବୈଠକରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ୟୁନିଅନର ରାଜ୍ୟ ସଭାପତି କୈଳାସ ଚନ୍ଦ୍ର ନାୟକ ଚେତାବନୀ ଦେଇଛନ୍ତି । ଏଥି ସହ ରାଜ୍ୟରେ କର୍ମରତ ସାମ୍ବାଦିକଙ୍କୁ ଆଜୀବନ ସାମ୍ବାଦିକ ଭାବେ ଘୋଷଣା ଓ ମୌଳିକ ସୁବିଧା ପ୍ରଦାନ, ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ରାଶି ବୃଦ୍ଧି, କଲ୍ୟାଣ ପାଣ୍ଠିର ସହଯୋଗ ରାଶି ବୃଦ୍ଧି, ସାମ୍ବାଦିକଙ୍କ ସୁବିଧା ନିମନ୍ତେ ପ୍ରତ୍ୟେକ ଜିଲ୍ଲାରେ ସାମ୍ବାଦିକ ଭବନ ନିର୍ମାଣ କରାଯିବା ସହ ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିବା ସ୍ୱଳ୍ପ ମିଆଦି ସୁଧରେ ବାସ ଗୃହ ସହ ଅନ୍ୟାନ୍ୟ ଋଣ, ସାମ୍ବାଦିକଙ୍କ ପିଲାଛୁଆଙ୍କୁ ଶିକ୍ଷା କ୍ଷେତ୍ରରେ ଆର୍ଥିକ ସହଯୋଗ ଯୋଗାଇ ଦେବାର ବ୍ୟବସ୍ଥା କରାଯିବାକୁ ଦାବି କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ୟୁନିଅନର ସାଧାରଣ ସମ୍ପାଦକ ପ୍ରଶାନ୍ତ ପାଢ଼ୀ, ଉପ ସଭାପତି କୀର୍ତ୍ତିଚନ୍ଦ୍ର ସାହୁ, ଦୁଷ୍ମନ୍ତ ପଣ୍ଡା, ସମରେଶ ମିଶ୍ର ଏବଂ ସହ ସମ୍ପାଦକ ମହେନ୍ଦ୍ର ଦର୍ଜୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂ, ଜିଲ୍ଲା ପ୍ରେସ କ୍ଳବ ସଭାପତି ବରୋଜ କୁମାର ବେହେରା ପ୍ରମୁଖ ମଂଚାସୀନ ଥିଲେ । ବୌଦ୍ଧ ଜିଲ୍ଲା ସାମ୍ବାଦିକ ୟୁନିଅନର ସଭାପତି ନରେନ୍ଦ୍ର କୁମାର ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ବିଶି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସଦସ୍ୟ ସତ୍ୟଜିତ କୁମାର ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ଆଶୁତୋଷ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

one + 8 =