ଲୋପ ପାଉଥିବା ପରମ୍ପରାକୁ ଜୀବିତ ରଖିଛନ୍ତି କଳାକାର

0 146

ବୌଦ୍ଧ,୧୭/୧: – ଦିନକୁ ଦିନ ହଜିଯାଉଛି ଓଡ଼ିଶାର ଲୋକକଳା ଲୋକ ସଂସ୍କୃତି ଓ ପରମ୍ପରା । ଆଜିକାଲି ବାହାଘର ମାନଙ୍କରେ ଦେଖିବାକୁ ମିଳୁନାହିଁ ପୀଠଖିଆ ନାଚ ଆଉ ପୌଷ ପୂର୍ଣ୍ଣିମାରେ ଶୁଣିବାକୁ ମିଳୁନାହିଁ ଛେରଛେରା । କିନ୍ତୁ ଆଜିବି ଏହି କଳା ଓ ପରମ୍ପରାକୁ ଓଡ଼ିଶାର ଗ୍ରାମାଞ୍ଚଳରେ କିଛି କିଛି ସ୍ଥାନରେ ଏହି କଳା ଓ ସଂସ୍କୃତି କଳାକାର ମାନେ ବଞ୍ଚେଇ ରଖିଛନ୍ତି । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାର ହରଭଙ୍ଗା ଅଞ୍ଚଳରେ । ହରଭଙ୍ଗା ବ୍ଲକର ବୁକେସିଙ୍ଗା ଗ୍ରାମର ମାଁ ବରାଳଦେବୀ ସାଂସ୍କୃତିକ ଅନୁଷ୍ଠାନର କଳାକାରମାନେ ଆଜି ଅପରାହ୍ନରେ ନିକଟସ୍ଥ କୁଟୀଝାର, ଝରଖମଣ, ଟାଙ୍ଗୁରୁ କୁମ୍ପା , ଧୁଙ୍ଗିଆମୁଣ୍ଡା ଓ ଗୁଣ୍ଡୁରିସାହି ଗ୍ରାମ ଗୁଡିକରେ ପରିକ୍ରମା କରି ଛେର ଛେରା ମାଗିବା ସହ ପୌଷ ପୂର୍ଣ୍ଣିମାର ଭାଇଚାରା ସଂସ୍କୃତିକୁ ବାଣ୍ଟିି ଥିଲେ । ନୃତ୍ୟଶିଳ୍ପୀ ସୁଜିତ ଦେହୁରୀ, ଚନ୍ଦନ ଗୁରୁ,ଢୁଲିଆ ବିଦ୍ୟାଧର ନାଏକ, ସାଥି ସୁବାଷ ଦେହୁରୀ ,ଗଜେନ୍ଦ୍ର ଦେହୁରୀ,ଗଜେନ୍ଦ୍ର ପାତ୍ର ,କାଳିଆ ଗୁରୁ,ବାପିନ ମେହେର,ରାଜା ଗୁରୁ,ଲାଲୁ , ଦିଲ୍ଲୀ, ଶୁକ୍ରୁ, ଅଶୋକ, ଦୁଃଖୁ ପ୍ରମୁଖ ସାମିଲ ହେଇ ଛେରଛେରା ମାଗିବା ସହ ପୌଷ ପୂର୍ଣ୍ଣିମାରେ ଗୁରୁଜନ ମାନଙ୍କ ଆଶୀର୍ବାଦ ନେଇଥିଲେ ।

hiranchal ad1
Leave A Reply

Your email address will not be published.

one × five =