ବୌଦ୍ଧ,୨୪/୮: ବୌଦ୍ଧଜିଲ୍ଲା ବିଜେପି ତରଫରୁ ଆଜି ଏକ ଜରୁରୀ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସର୍ବମୋଟ ୬୯ ଗ୍ରାମ ପଞ୍ଚାୟତ ଆଗରେ ଆନ୍ଦୋଳନ ବ୍ୟାପକ କରିବା ସହିତ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୭ ଗୋଟି ଶକ୍ତିକେନ୍ଦ୍ରର ମିଳିତ ଭାବେ ଆସନ୍ତାକାଲିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଦିନ ମାନଙ୍କରେ ଆନ୍ଦୋଳନ, ବିକ୍ଷୋଭ ପ୍ରଦର୍ଶନ କରାଯାଇ ମାନ୍ୟବର ମହାମହିମ ରାଜ୍ୟପାଳ ଓଡ଼ିଶାଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ପାଖରେ ପ୍ରଦାନ କରାଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏଥିପାଇଁ ବିଜେପି ଦଳ ତରଫରୁ ପ୍ରତି ପଞ୍ଚାୟତ ପାଇଁ ଜଣେ ଜଣେ ବରିଷ୍ଠ ନେତୃବୃନ୍ଦ ପ୍ରମୁଖଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଅଛି । ତତ୍ସହିତ ରାଜ୍ୟ, ଜିଲ୍ଲା , ପଞ୍ଚାୟତସ୍ତରୀୟ ନେତୃବୃନ୍ଦ ପ୍ରମୁଖଙ୍କ ସହିତ ପ୍ରତି ପଞ୍ଚାୟତର ହିତାଧିକାରୀମାନେ ଏହି କାର୍ଯ୍ୟକ୍ରମ ଦିନ ମାନଙ୍କରେ ଯୋଗଦାନ କରିବାପାଇଁ ପୂର୍ବ ନିର୍ଦ୍ଧାରିତ ବ୍ୟବସ୍ଥା ଗ୍ରହଣ କରାଯାଇଅଛି । ବିଶେଷକରି ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପଞ୍ଚାୟତ ମାନଙ୍କରେ ହେଉଥିବା ବ୍ୟାପକ ଅନିୟମିତତା, ଦୁର୍ନୀତି, ଭ୍ରଷ୍ଟାଚାର ବିଶେଷକରି ପ୍ରଧାନମନ୍ତ୍ରୀ ଆବାସଗୃହ ଯୋଗାଣ, ପାଇଖାନା ଦୁର୍ନୀତି, ମନରେଗା ଯୋଜନାରେ ହେରାଫେରି , ଭତ୍ତା ବ୍ୟବସ୍ଥାରେ ଦୁର୍ନୀତି, ଅର୍ଥକମିସନ୍ ଟଙ୍କାରେ ବ୍ୟାପକ ଅନିୟମିତତା ସହିତ କେନ୍ଦ୍ର ସରକାରଙ୍କ ସବୁ ଲୋକହିତକାରୀ ଯୋଜନାରେ ଦୁର୍ନୀତି ପ୍ରୀୟାପ୍ରୀତିର ଏକ ପ୍ରମୁଖ ସ୍ଥାନ ହୋଇଅଛି ପ୍ରତି ପଞ୍ଚାୟତ । ଆସନ୍ତା ୨୫ ଓ ୨୬ ତାରିଖ ଦୁଇଦିନ ଧରି ଏହି କାର୍ଯ୍ୟକ୍ରମ ସହିତ ସବୁ ବୁଥ ସ୍ତରରେ ନୂତନ ଭୋଟର୍ ମାନଙ୍କୁ ପଞ୍ଜିକରଣ ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ କରାଯିବାପାଇଁ ମଧ୍ୟ ନିଷ୍ପତି ଗ୍ରହଣ କରାଯାଇଅଛି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ସହିତ ଜିଲ୍ଲା ବିଜେପି ସାଧାରଣ ସଂପାଦକ ତାପସ କୁମାର ପଟ୍ଟନାୟକ, ଉପ ସଭାପତି ଶ୍ୟାମ ସୁନ୍ଦର ପୁରୋହିତ ପ୍ରମୁଖ ମଞ୍ଚାସୀନ ଥିଲେ ।