ବୌଦ୍ଧ,୨୭/୮ – ଦୁଇଦିନ ଧରି ପ୍ରବଳ ବର୍ଷାରେ ବୌଦ୍ଧଜିଲ୍ଲାରେ ଜନଜୀବନ ଠପ୍ ହୋଇପଡିଛି । ଏଭଳି ପରିସ୍ଥିତିରେ ଗତକାଲି ଗୋଟିଏ ବିଶାଳ ଆମ୍ବ ଗଛ ରାସ୍ତାରେ ଯାଉଥିବା ଗୋଟିଏ ମହିନ୍ଦ୍ରା ପିକ୍ ଅପ୍ ଭେନ ଉପରେ ପଡି ଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଜାତୀୟ ରାଜପଥ ନମ୍ବର୍ ୫୭ର ଆଡେନଣିଗଡ ନିକଟରେ ରାସ୍ତାରେ ଏକ ପିକଅପ୍ ଭେନ ଯାଉଥିବା ବେଳେ ହଠାତ୍ ଗୋଟିଏ ବିଶାଳ ଆମ୍ବ ଗଛ ଢଳି ପଡି ଗାଡିର ବର୍ନେଟ ଉପରେ ମାଡ ହୋଇଥିଲା । ଗାଡିରେ ଥିବା ଡ୍ରାଇଭର ହେଲ୍ପର ସମେତ ଅନ୍ୟ ଜଣେ ବ୍ୟକ୍ତି ଅଳ୍ପକେ ରକ୍ଷାପାଇଯାଇଥିଲେ । ଖବରପାଇ ଆଡେଣିଗଡ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆମ୍ବଗଛକୁ କଟାକଟି କରାଇ ରାସ୍ତା ସଫା କରାଇଥିଲେ । ଅନେକ ସମୟ ଧରି ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଯାନବାହାନ ଅଟକି ରହିଥିବାର ଦେଖିବାକୁ ମିଳିଥିଲା ।