ବୌଦ୍ଧର ସୁନ୍ଦର ପ୍ରକାଶ ହେଲେ ଅଖିଳ ଭାରତୀୟ ମାରୱାଡ଼ି ଯୁବାମଞ୍ଚର ରାଷ୍ଟ୍ରୀୟ ସମ୍ପାଦକ

0 36

ବୌଦ୍ଧ,୧୮/୩:- ବିଶିଷ୍ଟ ସାମାଜିକ ସଂଗଠନ ଅଖିଳ ଭାରତୀୟ ମାରୱାଡ଼ି ଯୁବାମଞ୍ଚର ରାଷ୍ଟ୍ରୀୟ ସମ୍ପାଦକ ହେଲେ ମାରୱାଡ଼ି ଯୁବ ମଞ୍ଚ ବୌଦ୍ଧ ଶାଖାର ଚାଟାର୍ଡ ଆକାଉଣ୍ଟାଣ୍ଟ ସୁନ୍ଦର ପ୍ରକାଶ । ରାଷ୍ଟ୍ରୀୟ ଅଧ୍ୟକ୍ଷ ସୁରେନ୍ଦ୍ର ଭଟ୍ଟର ସୁନ୍ଦର ପ୍ରକାଶଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି । ପ୍ରକାଶଥାଉକି ସୁନ୍ଦର ପ୍ରକାଶ ତାଙ୍କର କର୍ମମୟ ଜୀବନରେ ବୌଦ୍ଧର ବିଭିନ୍ନ ସାମାଜିକ ସଂଗଠନରେ ସକ୍ରିୟ ଅଛନ୍ତି । ତତ୍‌ସହିତ ଅଖିଳ ଭାରତୀୟ ମାରୱାଡ଼ି ଯୁବ ମଞ୍ଚର ରାଷ୍ଟ୍ରୀୟ ନିର୍ଦ୍ଦେଶକ ଅଛନ୍ତି । ଏହି ଖବର ପାଇବା ପରେ ସମଗ୍ର ବୌଦ୍ଧରେ ଏକ ଆନନ୍ଦର ଲହରୀ ଖେଳିଯାଇଛି । ବର୍ତ୍ତମାନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ କପିଳ ଲଖୋଟିଆ, ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବା ମଞ୍ଚର ପ୍ରାନ୍ତୀୟ ଉପାଧ୍ୟକ୍ଷ କେତନ କୁମାର ଅଗ୍ରୱାଲ ଏବଂ ବୌଦ୍ଧ ଶାଖା ସଭାପତି ଅଙ୍କିତ ଅଗ୍ରୱାଲ ପ୍ରମୁଖ ଏହି ଅବସରରେ ସୁନ୍ଦର ପ୍ରକାଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

15 − seven =