ବୌଦ୍ଧରେ ଲୋକସଙ୍ଗୀତ ଓ ନୃତ୍ୟ ଉତ୍ସବ ଦେଶଜ କାର୍ଯ୍ୟକ୍ରମ ଉଦଘାଟିତ

0 57

ବୌଦ୍ଧ,୯/୭: ସ୍ଥାନୀୟ ଟାଉନହଲଠାରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ, ବୌଦ୍ଧ ଜିଲ୍ଲାପ୍ରଶାସନ ଓ ସଂସ୍କୃତି ପରିଷଦର ମିଳିତ ସହଯୋଗରେ ଲୋକ ସଙ୍ଗୀତ ଓ ନୃତ୍ୟ ଉତ୍ସବ ଦେଶଜ ମହାସମାରୋହରେ ଶନିବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ସନ୍ଧ୍ୟାରେ ଏକ ସାଂସ୍କୃତିକ ଶୋଭାଯାତ୍ରା ବୁଦ୍ଧ ମନ୍ଦିରଠାରୁ ବାହାରି ଟାଉନହଲ ପର୍ଯ୍ୟନ୍ତ ଆସିଥିଲା । ଏହି ଶୋଭାଯାତ୍ରାରେ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି, କାର୍ଯ୍ୟକର୍ତ୍ତା ସମେତ କଳାକାରମାନେ ସାମିଲ ହୋଇଥିଲେ । ଦୁଇଦିନ ଧରି ହେବାକୁଥିବା ଏହି କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ଯୋଗଦେଇ କଳାକାରମାନଙ୍କୁ ଦେବଦୂତ ବୋଲି ସମ୍ବୋଧନ କରିଥିଲେ । କଳାକାରମାନେ ନିଜର କଳା ଜରିଆରେ ସମାଜରେ ବିଭିନ୍ନ ବାର୍ତ୍ତା ପ୍ରଦାନ କରି ଶାନ୍ତି, ମୈତ୍ରୀ ପ୍ରତିଷ୍ଠା କରିବାରେ ସହାୟକ ହୋଇଥାନ୍ତି । ବର୍ତ୍ତମାନ ରାଜ୍ୟ ସରକାର କଳାକାରମାନଙ୍କ ବିକାଶ ପାଇଁ ଅନେକ ଯୋଜନା ଜରିଆରେ ସୁବିଧା ସୁଯୋଗ ଯୋଗାଇଦେଇଛନ୍ତି ବୋଲି ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ । ସେହିପରି ଅନ୍ୟତମ ଅତିଥି ଭାବରେ ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀର ନିର୍ଦ୍ଦେଶକ ଦିଲ୍ଲୀପ କୁମାର ରାଉତରାଏ ଯୋଗଦେଇ କଳାକାରମାନଙ୍କୁ ଦ୍ୱିତୀୟ ଭଗବାନ କହିବାର ଯଥାର୍ଥତା ରହିଛି ବୋଲି ପ୍ରକାଶ କରିବା ସହିତ ବୌଦ୍ଧଜିଲ୍ଲାରେ ଚାଲିଥିବା ପ୍ରଗତିମୂଳକ କାର୍ଯ୍ୟକ୍ରମ ପାଇଁ ପ୍ରଶଂସା କରିଥିଲେ ।

hiring

ସେହିପରି ଅନ୍ୟତମ ଅତିଥି ଅତିରିକ୍ତ ସଚିବ ଖଣି ଓ ଇସ୍ପାତ ଚିତ୍ତରଞ୍ଜନ ସାହୁ ଯୋଗଦେଇ ଦେଶଜ କାର୍ଯ୍ୟକ୍ରମ ଜିଲ୍ଲାସ୍ତରରେ ଆୟୋଜନ ଦ୍ୱାରା କଳାକାରମାନେ ନିଜର କଳା ପ୍ରଦର୍ଶନ ପାଇଁ ସୁଯୋଗ ପାଇପାରୁଥିବା ପ୍ରକାଶ କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରୀତିବାଳା ରଣା ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଦେଶଜ କାର୍ଯ୍ୟକ୍ରମ ପାଇଁ ବୌଦ୍ଧଜିଲ୍ଲାକୁ ଚୟନ କରାଯାଇଥିବାରୁ ବିଭାଗ ପକ୍ଷରୁ କୃତଜ୍ଞତା ପ୍ରକାଶ କରିଥିଲେ । ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ କୁମାର ରଥ ଉଦଘାଟନୀ ମଞ୍ଚ ପରିଚାଳନା କରିଥିବାବେଳେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ସକ୍ରିୟ ସହଯୋଗ କରିଥିଲେ । ପ୍ରଥମ ଦିବସରେ ସମ୍ବଲପୁରର ଉକିଆ ଅନୁଷ୍ଠାନ ଦ୍ୱାରା ଗୁରୁ ରଞ୍ଜନ କୁମାର ସାହୁଙ୍କ ଦ୍ୱାରା ପଶ୍ଚିମ ଓଡିଶାର ସମସ୍ତ ବାଦ୍ୟଯନ୍ତ୍ରର ମିଳିତ ପ୍ରଦର୍ଶନ କରାଯାଇଥିବାବେଳେ ବୌଦ୍ଧର କଳାକାରମାନଙ୍କ ଦ୍ୱାରା ବିଲୁପ୍ତ କଳା ମାଠିଆ,ଧନୁ ଓ କୁଲାର ସମ୍ମିଶ୍ରଣରେ ସୃଷ୍ଟି ବାଦ୍ୟଯନ୍ତ୍ର ଧୂନକେଲ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲା । ସେହପରି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ବିଚିତ୍ର ବର୍ଣ୍ଣାଳୀ ନାଟ୍ୟସଂସଦ ଦ୍ୱାରା ଲୋକନୃତ୍ୟ, କଳାହାଣ୍ଡିର ସର୍ବେଶ୍ୱର ଭୋଇ, ବଲାଙ୍ଗିରର ନବୀନ କହଁର, ସମ୍ବଲପୁରର ପଦ୍ମଶ୍ରୀ କ୍ଷେତି ଓ ବରଗଡ ଜିଲ୍ଲାର ସୌଭାଗ୍ୟଲକ୍ଷ୍ମୀ ଦାସ ଲୋକ ସଙ୍ଗୀତ ଗାନ କରିଥିଲେ । ଅଞ୍ଜନ କୁମାର ପ୍ରଧାନ ସଂଯୋଜନା କରିଥିବାବେଳେ ବସନ୍ତ କୁମାର ସାହୁ, ଗୋପାଳ କୃଷ୍ଣ ବେହେରା, ସ୍ୱାଧୀନ ପରିଡା, ଦିବ୍ୟଶଙ୍କର ରାଉତ, ପ୍ରଶାନ୍ତ କୁମାର ଭାଇନା, ସୁରେନ୍ଦ୍ର କର୍ଣ୍ଣ, ପ୍ରତ୍ୟୁଷ ଦାନୀ, ସନ୍ତୋଷ କର୍ଣ୍ଣ, କୃତ୍ତିିବାସ ପଲିଆ, ସୁନୀତା ଦାଶ, ଚନ୍ଦ୍ରକାନ୍ତ ନାୟକ, ଅକ୍ଷୟ ମହାକୁଡ, ଜିତେନ୍ଦ୍ର ମହାନ୍ତି ଓ ବାଂଛାନିଧି ମହାକୁଡ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସମସ୍ତ ଅତିଥି କାର୍ଯ୍ୟକ୍ରମ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ ।

hiranchal ad1
Leave A Reply

Your email address will not be published.

seventeen − 16 =