ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଅନୁସୂଚୀତ ଜନଜାତି ଛାତ୍ରାବାସ ଉଦଘାଟିତ

0 139

ବୌଦ୍ଧ,୧/୧୦: ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ୨୦୦ ଶଯ୍ୟାବିଶିଷ୍ଟ ଅନୁସୂଚୀତ ଜନଜାତି ଛାତ୍ରାବାସ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରାଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏଥିରେ ଆଜି ୧୨ ଜଣ ଛାତ୍ର ରହିଛନ୍ତି । ପ୍ରକାଶଯୋଗ୍ୟ ଯେ ବୌଦ୍ଧ ସଦରମହକୁମାରେ ଅବସ୍ଥିତ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଜିଲ୍ଲାର ସର୍ବପୁରାତନ ଅଟେ । ଛାତ୍ରଛାତ୍ରୀମାନେ ଶିକ୍ଷାଗ୍ରହଣ କରିବାପାଇଁ ଦୂରଦୂର ଯାଗାରୁ ମଧ୍ୟ ଆସିଥାନ୍ତି । ସେମାନଙ୍କୁ ସୁବିଧା ପ୍ରଦାନ କରିବାପାଇଁ ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତଙ୍କ ପ୍ରଚେଷ୍ଟା ତଥା ସାଧୁ ଉଦ୍ୟମ ଫଳରେ ଉକ୍ତ ଛାତ୍ରାବାସଟି ୨୦୧୭ ମସିହାରେ ନିର୍ମିତ ହୋଇସାରିଥିଲା । ହେଲେ ଦୀର୍ଘ ୪ବର୍ଷର ବ୍ୟବଧାନ ପରେ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଆପ୍ରାଣ ଉଦ୍ୟମରେ ଛାତ୍ରମାନଙ୍କ ସ୍ୱାର୍ଥକୁ ସାକାର କରିବାପାଇଁ ତଥା ସେମାନଙ୍କର ରହିବାର ସୁବିଧାପାଇଁ ଆଜି ଉକ୍ତ ଛାତ୍ରାବାସକୁ କାର୍ଯ୍ୟକ୍ଷମ କରାଗଲା । ଯାହାକି ଅନ୍ତେବାସୀଙ୍କ ପାଇଁ ପ୍ରେରଣାର ସ୍ରୋତ । ଏହି ଛାତ୍ରାବାସର ଶୁଭାରମ୍ଭ ଫଳରେ ବୌଦ୍ଧର ଜନସାଧାରଣଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି ।

hiranchal ad1
Leave A Reply

Your email address will not be published.

sixteen + 15 =