ଲଗାଣ ବର୍ଷାରେ ବ୍ୟାପକ ମୁଗ ଫସଲ ନଷ୍ଟ

0 575

ବୌଦ୍ଧ,୬/୯ – ଗତ ଅଗଷ୍ଟ ମାସ ୨୫ ତାରିଖରୁ ଆରମ୍ଭ ହୋଇ ତିନିଦିନ ଧରି ହୋଇଥିବା ଲଘୁଚାପ ଜନିତ ଲଗାଣ ବର୍ଷାରେ ବୌଦ୍ଧ ଜିଲ୍ଲାରେ ବିଭିନ୍ନ ଫସଲର କ୍ଷୟକ୍ଷତି ହୋଇଛି । ଖରିଫ ଧାନ ଚାଷ ବ୍ୟତୀତ ଢିପ ଓ ଆଟ ଜମି ମାନଙ୍କରେ ହୋଇଥିବା ବର୍ଷା ଦିନିଆ ମୁଗ ଫସଲର ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି । ଏ ସମ୍ପର୍କରେ ମନମୁଣ୍ଡା ଅଂଚଳ ଜୟଦପୁର୍‌ ଗ୍ରାମର ଚାଷୀମାନେ ମନମୁଣ୍ଡା ରାଜସ୍ୱ ନିରୀକ୍ଷକଙ୍କ ନିକଟରେ ତଦନ୍ତ କରି କ୍ଷତିପୂରଣ ପ୍ରଦାନ ପାଇଁ ଆବେଦନ କରିଛନ୍ତି । କେବଳ ମନମୁଣ୍ଡା ରାଜସ୍ୱ ସର୍କଲ ଅଧିନସ୍ଥ ଅଂଚଳ ନୁହେଁ ଜିଲ୍ଲାର ସବୁ ରାଜସ୍ୱ ସର୍କଲ ଅଂଚଳରେ ମୁଗ ଓ ଅନ୍ୟାନ୍ୟ ଡାଲି ଜାତୀୟ ଫସଲ କରିଥିବା ଚାଷୀ ମାନେ ଫସଲ ହାନିର ଶିକାର ହୋଇଛନ୍ତି । ରାଜସ୍ୱ ବିଭାଗ ଏ ସମ୍ପର୍କରେ ତଦନ୍ତ କରି ଆବଶ୍ୟକ କ୍ଷତିପୂରଣ ତୁରନ୍ତ ଯୋଗାଇ ଦେବାକୁ ଚାଷୀ ମାନେ ଦାବୀ କରିଛନ୍ତି ।

hiranchal ad1
Leave A Reply

Your email address will not be published.

16 − thirteen =