ବୌଦ୍ଧଜିଲ୍ଲା କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ

0 216

ବୌଦ୍ଧ,୨୯/୮- ଆଜି ଜିଲ୍ଲା କଂଗ୍ରେସର ସଭାପତି ନବ କୁମାର ମିଶ୍ରଙ୍କ ସଭାପତିତ୍ୱରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସ ଦଳର ସାଙ୍ଗଠନିକ କାର୍ଯ୍ୟକୁ କିପରି ଅଧିକ କ୍ରିୟାଶୀଳ କରାଯାଇପାରିବ, ସଂଗଠନକୁ ଅଧିକ ଦୃଢ଼ୀଭୂତ କରିବାପାଇଁ କଂଗ୍ରେସ ଦଳରେ ରହିଥିବା ଛାମୁଆ ସଂଗଠନ ଗୁଡ଼ିକ ସହ ଉତ୍ତମ ସମ୍ପର୍କ ସ୍ଥାପନ ସକାଶେ ପ୍ରତ୍ୟେକ ସଂଗଠନ ପାଇଁ ଜିଲ୍ଲା କଂଗ୍ରେସ ତରଫରୁ ସଂଯୋଜକ ଭାବେ କେତେକ ବଛାବଛା ବ୍ୟକ୍ତି ବିଶେଷଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିବା ପାଇଁ ଆଲୋଚନା କରାଯାଇଥିଲା । ଏପରି କରାଯାଇପାରିଲେ ଆଗାମୀ ଦିନରେ ଦଳକୁ ସୁଦୃଢ଼ ଏବଂ ମଜଭୂତ ହୋଇ ସମସ୍ତ ଛାମୁଆ ସଂଗଠନ ସହ ଉତ୍ତମ ସମନ୍ୱୟ ରକ୍ଷା କରିବା ଦିଗରେ ସହାୟକ ହୋଇପାରିବ ବୋଲି ଆଲୋଚନା ହୋଇଥିଲା । ସଭାରେ ଉପସ୍ଥିତ ସଭ୍ୟଙ୍କ ଉପସ୍ଥାପନା ଓ ସହମତିକୁ ଆଧାରକରି ନୂତନଭାବେ ସଂଯୋଜକ ଚୟନ ପ୍ରକ୍ରିୟା ସମ୍ପାଦିତ ହୋଇଥିଲା । ସର୍ବସମ୍ମତିକ୍ରମେ ଜିଲ୍ଲା ଯୁବ ସଂଯୋଜକ ଶୁଶୀଲ କୁମାର ହୋତା, ଜିଲ୍ଲା କିଷାନ ସଂଯୋଜକ ରୋହିତଶ୍ୱ ବେହେରା, ଜିଲ୍ଲା ଓବିସି ସେଲ ସଂଯୋଜକ ସାରଙ୍ଗଧର ଭୋଇ, ଜିଲ୍ଲା ଧୀବର ସେଲ ଅଧ୍ୟକ୍ଷ ନାରାୟଣ ବେହେରା ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା । ଏତଦ ବ୍ୟତୀତ ଜିଲ୍ଲାରେ ଲାଗି ରହିଥିବା ଅନେକ ସମସ୍ୟା ଉପରେ ଆଲୋଚନା କରାଯିବା ସହ ବୌଦ୍ଧ ଜିଲ୍ଲାକୁ ରାଜ୍ୟ ସରକାର ଜାଣିଶୁଣି କେତେକ କ୍ଷେତ୍ରରେ ଜିଲ୍ଲାବାସୀଙ୍କ ନାର୍ଯ୍ୟ ଦାବିକୁ ଗୁଡିକୁ ଅଣଦେଖା କରୁଥିବାରୁ କ୍ଷୋଭ ପ୍ରକାଶ ପାଇଥିଲା । ଆଜିର ପ୍ରଥମ ପର୍ଯ୍ୟାୟ ସାଙ୍ଗଠନିକ ସଭାରେ କଣ୍ଟାମାଳ, ବୌଦ୍ଧ ଏବଂ ହରଭଙ୍ଗା ବ୍ଲକ କଂଗ୍ରେସ ଅଧ୍ୟକ୍ଷଧୃବ ଚରଣ ପ୍ରଧାନ, ଉମେଶ ତ୍ରିପାଠୀ ଏବଂ ପଙ୍କଜ କର୍ଣ୍ଣଙ୍କ ବ୍ୟତୀତ ରାଜ୍ୟ ଓବିସି ସେଲ ଉପ ସଭାପତି କେଶବ ଖେତୀ, ଜିଲ୍ଲା ଓବିସି ସେଲ ଅଧ୍ୟକ୍ଷ ଉଛେଇ ବାରିକ, ଗତ ବିଧାନସଭା ର କଣ୍ଟାମାଳ ପ୍ରାର୍ଥୀ ପ୍ରଶାନ୍ତ କୁମାର ସାହୁଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ସୁଧୀର କୁମାର କର୍ଣ୍ଣ ଏବଂ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ନାରାୟଣ ପ୍ରସାଦ ପରିଜା ଉପସ୍ଥିତ ରହିଥିବା ବେଳେ ପ୍ରଦେଶ କଂଗ୍ରେସ ଦ୍ୱାରା ପର୍ଯ୍ୟବେକ୍ଷକ ଭାବେ ଡକ୍ଟର ହମ୍ମିଦ ହୁସେନ ଯୋଗ ଦେଇଥିଲେ । ଜିଲ୍ଲା କଂଗ୍ରେସ କମିଟିର ଉପ ସଭାପତି ଅଭିମନ୍ୟୁ ପ୍ରଧାନ, ସମରେଶ ମିଶ୍ର, ସାଧାରଣ ସମ୍ପାଦକ ଅର୍ଜୁନ ମହାନନ୍ଦିଆ,ଗୋବର୍ଦ୍ଧନ ବାରିକ,କୋଷାଧ୍ୟକ୍ଷ ପ୍ରଦୀପ ଦାସଙ୍କ ସହ ଜିଲ୍ଲା ଛାତ୍ରକଂଗ୍ରେସ ସଭାପତି ବିକ୍ରମ ପ୍ରଧାନ, ଜିଲ୍ଲା ରାଜୀବ ଗାନ୍ଧୀ ପଞ୍ଚାୟତରାଜ ସଂଗଠନର ସଭାପତି ସମରେନ୍ଦ୍ର ମହାକୁଡ଼, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ କବିତା ମହାକୁଳ, ଜିଲ୍ଲା ଆଇନ ସେଲ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ତାରିଣୀ ଜେନା, ଗଣେଶ ଲାଲ ଅଗ୍ରୱାଲ, ଜ୍ୟୋତି ରଞ୍ଜନ ସିହ୍ନା ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

3 × 1 =