ଗାଁରାସ୍ତା ମଝିରେ ପାଣି, ଡ୍ରେନ ବ୍ୟବସ୍ଥା ପାଇଁଁ ଗ୍ରାମବାସୀଙ୍କ ଦାବି

0 175

ବୌଦ୍ଧ/ହରଭଙ୍ଗା,୧୩/୫- ଗାଁ ପରିମଳ ଧୋବାତୁଠରୁ ହିଁ ଜଣାପଡେ । କିନ୍ତୁ ତାର ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ସୁରୁଣ୍ଡି ଗ୍ରାମରେ । ଗାଁର ଦୃଶ୍ୟକୁ ଦେଖିଲେ ମନେହୁଏ ସରକାରଙ୍କ ସ୍ୱଚ୍ଛଭାରତ ଯୋଜନା ଏଠି ଫେଲ୍‌ । ସରକାରଙ୍କ ପକ୍ଷରୁ ସ୍ୱଚ୍ଛନିର୍ମଳ ପରିବେଶ ପାଇଁଁ ସମସ୍ତ ଗ୍ରାମକୁ ଗାଁକଲ୍ୟାଣ ସମିତି ଜରିଆରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି । ଉକ୍ତ ଗ୍ରାମର ୨ଟି ୱାର୍ଡର ପ୍ରାୟ ୧ହଜାରୁ ଉର୍ଦ୍ଧ୍ୱ ଲୋକମାନେ ବସବାସ କରନ୍ତି । ଦୈନନ୍ଦିନ ଏହି ରାସ୍ତାଦେଇ ଲୋକମାନେ ଯିବା ଆସିବା କରୁଥିବାବେଳେ ଗାଁ ଦାଣ୍ଡରେ ନଳକୂପ ପାଣି, ଅଳିଆ ଅସନା ପାଣି ସବୁ ବୋହିଯାଉଛି । ଫଳରେ ସଂକ୍ରମିତ ରୋଗରେ ପଡିବାସହ ଦୁର୍ଗନ୍ଧମୟ ହୋଇ ପରିବେଶକୁ ଅପରିଷ୍କାର ହେଉଛି । ଡ୍ରେନ ନଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବାର ଦେଖିବାକୁ ମିଳିଛି । ଏ ସଂପର୍କରେ ବହୁବାର ପଂଚାୟତ କର୍ତ୍ତୃପକ୍ଷଙ୍କଠୁ ଆରମ୍ଭକରି ବ୍ଲକପ୍ରଶାସନ ପଯ୍ୟନ୍ତ ଗୁହାରି କରିଥିଲେ ମଧ୍ୟ କୌଣସି କାଯ୍ୟକାରୀ ହେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ବିଡିଓ ନୀଳକଣ୍ଠ ବେହେରାଙ୍କୁ ପଚାରିବାରୁ ତୁରନ୍ତ ଏଦିଗରେ ପଦକ୍ଷେପ ନିଆଯିବ ବୋଲି କହିଥିବାବେଳେ ତୁରନ୍ତ ବ୍ଲକ ପ୍ରଶାସନ ଡ୍ରେନ ନିର୍ମାଣ ପାଇଁଁ ଦୃଷ୍ଟି ଦେବାକୁ ଦାବିହେଉଛି ।

hiranchal ad1
Leave A Reply

Your email address will not be published.

two × 2 =