ଲୋକଙ୍କ ପାଖରେ ପହଞ୍ଚିଲା ପ୍ରଶାସନ

0 49

ବୌଦ୍ଧ,୨୬ା୧୨: ଆଜି ବ୍ରାହ୍ମଣିପାଲି ପଞ୍ଚାୟତରେ ଜନଶୁଣାଣି ସାରି ଫେରିବା ରାସ୍ତାରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଓ ଅନ୍ୟାନ୍ୟ ଅଧିକାରୀମାନେ ବିଜାପଦର ଗ୍ରାମରେ ପହଞ୍ଚି ଲୋକଙ୍କ ସମସ୍ୟା ଶୁଣିଥିଲେ । ସୂଚନା ମୁତାବକ ଗ୍ରାମବାସୀଙ୍କ ଅଭିଯୋଗ ଶୁଣିବାପରେ ୧୦୦ ପରିବାରକୁ ପାନୀୟଜଳ ସଂଯୋଗ ଯୋଗାଇଦେବାକୁ ନିର୍ଦ୍ଦେଶ ଦେବା ସହିତ ଗ୍ରାମର ଅଙ୍ଗନୱାଡି କେନ୍ଦ୍ରରେ ମଧ୍ୟ ପାନୀୟଜଳ ସଂଯୋଗ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗ୍ରାମର କିଛି ଲୋକଙ୍କ ଘରେ ବିଦ୍ୟୁତ୍‌ ସଂଯୋଗ ନଥିବାରୁ ସେମାନଙ୍କୁ ତୁରନ୍ତ ବିଦ୍ୟୁତ ସଂଯୋଗ ଯୋଗାଇଦେବା ଓ ଅଙ୍ଗନୱାଡି କେନ୍ଦ୍ରର ଶିଶୁମାନଙ୍କୁ ସ୍ୱେଟର ଓ ଜୋତା ଦୁଇଦିନ ମଧ୍ୟରେ ବଣ୍ଟନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ଗ୍ରାମର କିଛି ଲୋକ ଆଧାରକାର୍ଡ ପାଇବାରୁ ବଞ୍ଚିତ ହୋଇଥିବାରୁ ସେମାନଙ୍କୁ ତୁରନ୍ତ ଆଧାରକାର୍ଡ ପ୍ରଦାନ, ଗ୍ରାମର ରାସ୍ତା ନିର୍ମାଣ, ବିଜାପଦର ଗ୍ରାମରୁ ଆରଡି ରାସ୍ତା ନିର୍ମାଣ, ଗ୍ରାମର ୧୨ ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଗ୍ରାମରେ ପାଠାଗାର ତୁରନ୍ତ କାର୍ଯ୍ୟକ୍ଷମ କରିବା, ବଞ୍ଚିତ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଘର ଯୋଗାଇଦେବା, ସ୍ୱାସ୍ଥ୍ୟ ଟିମ ଦ୍ୱାରା ଗ୍ରାମରେ ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଗ୍ରାମର ଦୁଇଜଣ ବୃଦ୍ଧା ତପିସା ପ୍ରଧାନ ଓ ରାସେଶ୍ୱରୀ ମହାକୁଡ ଅସହାୟ ଅବସ୍ଥାରେ ପଡିଥିବାବେଳେ ଜିଲ୍ଲାପାଳ ଶ୍ରୀଯୁକ୍ତ ସାହୁ ତାଙ୍କ ନିକଟରେ ପହଞ୍ଚି ୨ ହଜାର ଟଙ୍କାର ସହାୟତା ରାଶି, କମ୍ବଳ ସହିତ ଭତ୍ତା ପ୍ରଦାନ କରିଥିଲେ । ସେହିପରି ଚାଷୀ ରଜନୀ ମହାନନ୍ଦିଆଙ୍କ କୃଷିଫାର୍ମକୁ ଜିଲାପାଳ ଶ୍ରୀ ସାହୁ ପରିଦର୍ଶନ କରିବା ସହିତ ବାୟୋଫ୍ଲକ ପ୍ରଣାଳୀରେ ମାଛଚାଷ କରିବାକୁ ପରାମର୍ଶ ଦେଇଥିଲେ । ସେହିପରି ଗ୍ରାମର ରଶ୍ମିତା ମହାନନ୍ଦିଆଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ । ସ୍ୱୟଂ ସହାୟକଗୋଷ୍ଠୀ ମା କନ୍ଧୁଣି ବୁଢୀ, ମା ପିତାବଳୀ ଓ ମା ମାଉଳୀ ଗୋଷ୍ଠୀଙ୍କୁ ମାଛଚାଷ, କୁକୁଡା ଚାଷ, ଆଦର୍ଶ ଛେଳିଚାଷ କରିବାକୁ ପରାମର୍ଶ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

2 × two =