ଆଜି ପୁରା ଉଆଁସ, କରୋନା ପାଇଁ ଉତ୍ସାହ କମିଛି

0 947

ବୌଦ୍ଧ,୧୯/୮ – ଆଜି ଭାଦ୍ରବ ଅମାବାସ୍ୟା । ଆଜି ଦିନକୁ ବୌଦ୍ଧ ଜିଲ୍ଲାରେ ପୁରା ଉଆଁସ ଭାବରେ ପାଳନ କରିଥାଆନ୍ତି । ବାଳକମାନେ ଚକ ଲଗା ମାଟି ଓ କାଠ ନିର୍ମିତ ଘୋଡା ହାତୀ ଦଉଡିରେ ଟାଣି ଗାଆଁ ଦାଣ୍ଡରେ ଖେଳିଥାନ୍ତି । ବାଳିକା ମାନେ ବାଉଁଶ ତିଆରି ଡାଲିଆ, ଚାଙ୍ଗୁଡି, କୁଲେଇ ଓ ପୋଡା ମାଟିରେ ନିର୍ମିତ କାଞ୍ଚି, କୁଣ୍ଢିରେ ଘଣା ହାଣ୍ଡିରେ ଭଜା ଯାଇଥିବା ଉଖୁଡା ଓ ବିଭିନ୍ନ କିସମର ଚଣା ରଖି ଖେଳିଥାନ୍ତି । ସେଥିପାଇଁ ସପ୍ତାହେ ପୁର୍ବରୁ ସବୁ ସାମଗ୍ରୀ ସଂଗ୍ରହ କରାଯାଇଥାଏ । ଜିଲ୍ଲାର ବିଭିନ୍ନ ଦୈନିକ ଓ ସାପ୍ତାହିକ ହାଟ ମାନଙ୍କରେ ଏ ସବୁ ସାମଗ୍ରୀ ବିକ୍ରୀ ହୋଇଥାଏ । ବଢେଇ ମାନେ କାଠର ଓ କୁମ୍ଭାର ମାନେ ପୋଡା ମାଟିରେ ପ୍ରସ୍ତୁତ ଘୋଡା ହାତୀ କାଞ୍ଚି କୁଣ୍ଢି ବିକ୍ରୀ କରୁଥିବା ବେଳେ ବାଉଁଶ କାମ କରୁଥିବା ବେତ୍ରା ଓ ମାହାର ଜାତିର କାରିଗରମାନେ ଡାଲିଆ, ଚାଙ୍ଗୁଡି,କୁଲେଇ ଆଦି ବିକ୍ରୀ କରିଥାଆନ୍ତି । ସେହିପରି ଚାଷୀ ଓ ବ୍ୟବସାୟୀ ମାନେ ମୁଗ, ହରଡ, ମଟର, ତିଆସି, ମକା, ଝଣ୍ଟା ମଞ୍ଜି ଆଦି ବିଭିନ୍ନ ଚଣା ବିକ୍ରୀ କରୁଥିବା ଦେଖିବାକୁ ମିଳେ ।

hiring

ଚଳିତବର୍ଷ କରୋନା ପାଇଁ ପୁରା ଉଆଁସ ପର୍ବରେ ସେତେଟା ଉତ୍ସାହ ଦେଖିବାକୁ ମିଳୁନାହିଁ । ପଣ୍ଡିତ ମାନଙ୍କ ମତ ଅନୁସାରେ ଅମାବାସ୍ୟା ଦୁଇ ଦିନର କିଛି କିଛି କାଳ ଭୋଗ କରୁଥିବା ହେତୁ ଗତକାଲି ମଧ୍ୟ ଜିଲ୍ଲାର କିଛି ଗ୍ରାମରେ ପୁରା ଉଆଁସ ପାଳିତ ହୋଇଯାଇଛି । ସାମାଜିକ ଦୂରତା ରକ୍ଷା କରି ପାରମ୍ପରିକ ପର୍ବକୁ ବଞ୍ଚାଇ ରଖିବା ପାଇଁ ଆଜି ବୌଦ୍ଧ ସହର ସମେତ ବିଭିନ୍ନ ଗ୍ରାମାଞ୍ଚଳରେ କୃଷିଭିତ୍ତିକ ପୁରା ଉଆଁସ ପର୍ବ ପାଳନ କରାଯାଉଛି ।

hiranchal ad1
Leave A Reply

Your email address will not be published.

9 + 16 =