ଭୋଟ୍‌ ଗଣନା ପ୍ରସ୍ତୁତି ନେଇ ସୂଚନା ଦେଲା ପ୍ରଶାସନ

0 57

ବୌଦ୍ଧ,୨/୬:- ଆଜି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆସନ୍ତା ୪ ତାରିଖ ଦିନ ହେବାକୁ ଥିବା ଭୋଟ ଗଣତି ପାଇଁଁ ପ୍ରଶାସନର ପ୍ରସ୍ତୁତି ସମ୍ପର୍କରେ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ, ପ୍ରେସ କ୍ଲବ ଓ ଜିଲ୍ଲା ସାମ୍ବାଦିକ ସଂଘର କର୍ମକର୍ତ୍ତା ମାନଙ୍କୁ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ପଞ୍ଚାୟତ କଲେଜ ଠାରେ ଆସନ୍ତା ୪ ତାରିଖ ଦିନ ସକାଳ ୮ ଘଣ୍ଟା ଠାରୁ ଉଭୟ କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀ ଏବଂ ଉଭୟ ନିର୍ବାଚନ ମଣ୍ଡଳୀର କନ୍ଧମାଳ ଲୋକସଭା ଭୋଟ୍‌ ଗଣନା ଆରମ୍ଭ ହେବ । ୮ଟାରୁ ପ୍ରଥମେ ପୋଷ୍ଟାଲ ବ୍ୟାଲେଟ ପେପର ଗଣତି ହେବାକୁ ଥିବାବେଳେ ସାଢେ ୮ଟାରୁ ଇଭିଏମ ଭୋଟ ଗଣତି ଆରମ୍ଭ ହେବ । କଣ୍ଟାମାଳ ପାଇଁ ୧୪ ଗୋଟି ଗଣତି ଟେବୁଲ ଓ ବୌଦ୍ଧ ପାଇଁଁ ୧୨ ଗୋଟି ଟେବୁଲରେ ଭୋଟ୍‌ ଗଣତି କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ତଥା ୮୫ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ଦିଲ୍ଲୀପ କୁମାର ମହାପାତ୍ର ଓ ଉପ ଜିଲ୍ଲାପାଳ ତଥା ୮୬ ବୌଦ୍ଧ ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ପ୍ରଭାସ ଚନ୍ଦ୍ର ଦଣ୍ଡସେନା ସାମ୍ବାଦିକ କର୍ମକର୍ତ୍ତାମାନଙ୍କୁ ଏହି ସୂଚନା ଦେଇଛନ୍ତି । ସେହିପରି ପୋଷ୍ଟାଲ୍‌ ବେଲଟ ୩ ଗୋଟି ଟେବୁଲରେ ଗଣତି କରାଯିବ ବୋଲି ସୂଚନା ମିଳିଛି । ୧୭ଟି ରାଉଣ୍ଡରେ ଗଣତି ହେବ ସାଢେ ୪ଟା ସୁଦ୍ଧା ଫଳାଫଳ ପ୍ରକାଶ ପାଇବ । ପ୍ରତ୍ୟେକ ରାଉଣ୍ଡର ଫଳାଫଳ ଘୋଷଣା ସହ ଗଣମାଧ୍ୟମକୁ ସୂଚନା ଦେବାର ବ୍ୟବସ୍ଥା କରାଯାଇଥିବା ମଧ୍ୟ କହିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂ ଓ ବୌଦ୍ଧ ବିଡିଓ ଯୁଦ୍ଧିଷ୍ଟିର ମେହେର ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

eight + 19 =