ଭକ୍ତି ଓ ନିଷ୍ଠାର ସହ ପୁଅ ଜୀଉନ୍ତିଆ ଓଷା ପାଳିତ

0 598

ବୌଦ୍ଧ,୧୧/୯ – ବୌଦ୍ଧ ସହର ସମେତ ଜିଲ୍ଲାର ପୁରପଲ୍ଲୀରେ ପୁଅ ଜୀଉନ୍ତିଆ ଓଷା ପାଳିତ ହୋଇଯାଇଛି । ପୁଅ ମାନଙ୍କର ମଙ୍ଗଳ କାମନା କରି ମା’ ମାନେ ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀରେ ନିର୍ଜଳା ଉପବାସ କରି ଏ ବ୍ରତ ପାଳନ କରିଥାଆନ୍ତି । ୧୦୮ ଚାଉଳ, ଦୁବ ସହ ବିଭିନ୍ନ ପ୍ରକାର ଫଳ ଓ ଜୁଗାର ଭୋଗ ଦୂତୀବାହାନଙ୍କୁ ଭୋଗ ଭାବରେ ଦେଇ ସନ୍ଧ୍ୟାରେ ମିଳିତ ଭାବରେ ପୂଜା କରିଥାଆନ୍ତି । ନବମୀ ପ୍ରାତଃକାଳରେ କୌଣସି ଜଳାଶୟ କିମ୍ବା ନିକଟସ୍ଥ ନଦୀନାଳକୁ ଯାଇ ପୂଜାକରି ବ୍ରତର ଉଦଯାପନ କରିଥାନ୍ତି । କୋଭିଡ କଟକଣା ଯୋଗୁଁ ସାମାଜିକ ଦୂରତା ରକ୍ଷାକରି ଚଳିତବର୍ଷ ଏ ବ୍ରତ ଭକ୍ତି ଓ ନିଷ୍ଠାର ସହ ମା’ମାନେ ପୁଅ ମାନଙ୍କ ପାଇଁ ପାଳନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

17 + 15 =