ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଉଦଘାଟିତ, ୪୨ଟି ପ୍ରକଳ୍ପ ପ୍ରଦର୍ଶିତ

0 64

ବୌଦ୍ଧ,୧୫/୧୨– ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବୌଦ୍ଧରେ ଆଜି ଦୁଇଦିନିଆ ବିଜ୍ଞାନ ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁ ଯୋଗଦେଇ ବିଜ୍ଞାନ ପ୍ରଦର୍ଶନୀକୁ ଉଦଘାଟନ କରି କହିଥିଲେ ଯେ ସମସ୍ତ ପିଲାଙ୍କ ଭିତରେ ବୈ ଜ୍ଞାନିକ ମନୋବୃତ୍ତି ଲୁକ୍କାୟିତ ହୋଇରହିଛି । ସେମାନଙ୍କ ଭିତରୁ ଜାଗ୍ରତ କରିବା ହେଲା ଏହି ବିଜ୍ଞାନ ମେଳାର ଉଦ୍ଦେଶ୍ୟ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବେ ଆରକ୍ଷୀ ଅଧୀକ୍ଷକ ପ୍ରହଲାଦ ସହାଇ ମୀନା ଉପସ୍ଥିତ ଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର ସଭାରେ ସଭାପତିତ୍ୱ କରିଥିବାବେଳେ ଶିକ୍ଷକ ସମ୍ବିତ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ଜିଲ୍ଲା ବିଜ୍ଞାନ ନୀରିକ୍ଷକ ଜୟନ୍ତ କୁମାର ପ୍ରଧାନ ବିଜ୍ଞାନ ପ୍ରଦର୍ଶନୀର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସତ୍ୟ ନାରାୟଣ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।

hiring

ସଭା ପ୍ରାରମ୍ଭରେ ସ୍କୁଲ ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । ଏହି ବିଜ୍ଞାନ ପ୍ରଦର୍ଶନୀରେ ବୌଦ୍ଧଜିଲ୍ଲାର ତିନୋଟି ବ୍ଲକରୁ ମୋଟ ୪୨ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ମୁଖ୍ୟଅତିଥି ଓ ଅତିଥିମାନେ ପିଲାମାନେ ତିଆରି କରିଥିବା ପ୍ରକଳ୍ପ ଗୁଡିକୁ ବୁଲି ଦେଖିଥିଲେ । ଏହି ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀକୁ ସଫଳ କରାଇବାରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଅଖିଳ କୁମାର ପ୍ରଧାନ, କମଳକାନ୍ତ ଦଳବେହେରା, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

three × 2 =