ଅଙ୍ଗନବାଡି ବାରଣ୍ଡାରେ ଦିନ କାଟୁଛନ୍ତି କରୋନା ଆକ୍ରାନ୍ତ

0 1,402

ବୌଦ୍ଧ,୧୬/୯ – ସରକାର କରୋନା ପଜିଟିଭ ଚିହ୍ନଟମାନଙ୍କୁ ହୋମ୍‌ ଆଇସୋଲେସନରେ ରହିବାପାଇଁ ନିୟମ କରିଛନ୍ତି । ଲକ୍ଷଣ ନଥିବା କିମ୍ବା ଗୁରୁତର ନଥିବା ଆକ୍ରାନ୍ତଙ୍କୁ ଆଉ ପୂର୍ବଭଳି କୋଭିଡ ଡାକ୍ତରଖାନା ନିଆଯାଉନାହିଁ । ଫଳରେ ନିଜ ଘରେ ସୁବିଧା ନଥିବା ରୋଗୀ ନାନାଦି ହଇରାଣ ହେଉଥିବା ଦେଖିବାକୁ ମିଳୁଛି । ଏଭଳି ଚିତ୍ର ଦେଖିବାକୁ ମିଳିଛି ହରଭଙ୍ଗା ବ୍ଲକ୍‌ ତିଲେଶ୍ୱର ଗ୍ରାମ ପଂଚାୟତର ମୁଷାଢ ଗ୍ରାମରେ ।
ମିଳିଥିବା ସୂଚନା ଅନୁଯାୟୀ ୩ ଦିନ ତଳେ ମୁଷାଢ ଗ୍ରାମର ଦୁଇ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେମାନେ ନିଜ ଘରେ ହୋମ୍‌ ଆଇସୋଲେସନରେ ରହିବା ସୁବିଧା ନ ଥିବାରୁ ଅନ୍ୟମାନଙ୍କୁ ସଂକ୍ରମଣ ଆଶଙ୍କାରେ ସେମାନଙ୍କୁ ଗାଆଁ ମଧ୍ୟରେ ନ ରହିବାକୁ ଗ୍ରାମବାସୀ ମଧ୍ୟ ବାରଣ କଲେ । ସେମାନେ ରହିବେ କୋଉଠି ଚିନ୍ତାରେ ପଡି ଗ୍ରାମ ସ୍କୁଲର ଗୋଟିଏ ବଖରା ପ୍ରଧାନ ଶିକ୍ଷକଙ୍କୁ ମାଗିଲେ ଆଇସୋଲେସନରେ ରହିବା ପାଇଁ । କ୍ୱାରେଣ୍ଟାଇନ୍‌ ସେଣ୍ଟର ବନ୍ଦ ହୋଇଯାଇଛି କହି ମନାକଲେ ଶିକ୍ଷକ । ବିଦ୍ୟାଳୟ ନିକଟରେ ଥିବା ଅଙ୍ଗନୱାଡି କେନ୍ଦ୍ର ବାରଣ୍ଡାରେ ଘରୁ ଖଟିଆ ନେଇ ବାଧ୍ୟ ହୋଇ ପାଳନ କରୁଛନ୍ତି କ୍ୱାରେଣ୍ଟାଇନ୍‌ । ଘରୁ ଖାଇବାକୁ ପରିବାର ଲୋକ ନେଇଦେଲେ ଖାଇପିଈ ଶୋଉଛନ୍ତି ବାରଣ୍ଡାରେ । କରୋନା ପ୍ରତି ଗ୍ରାମବାସୀଙ୍କ ଭୟ ଓ ନିଜର ସୁବିଧା ନ ଥିବା ହେତୁ ଉଭୟ ଆକ୍ରାନ୍ତ ବିନା ବିଜୁଳି, ଆଲୋକ ଓ ସୁରକ୍ଷାରେ ଯେଭଳି ଦିନ କାଟୁଛନ୍ତି ତାହା ଏ ଅଂଚଳରେ ଆଲୋଚନାର ବିଷୟ ପାଲଟିଛି ।

hiranchal ad1
Leave A Reply

Your email address will not be published.

19 + two =