ଭାରତୀୟ ଶିକ୍ଷଣ ମଣ୍ଡଳର ସମ୍ବର୍ଦ୍ଧନା ସଭା

0 149

ବୌଦ୍ଧ,୧୪/୯– ଭାରତୀୟ ଶିକ୍ଷଣ ମଣ୍ଡଳ ବୌଦ୍ଧଜିଲ୍ଲା ଶାଖା ତରଫରୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ୨୦୨୦ରେ ସମ୍ମାନୀତ ଶିକ୍ଷକ ବସନ୍ତ କୁମାର ସାହୁଙ୍କ ପାଇଁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସରସରାର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବସନ୍ତ କୁମାର ସାହୁ ନିଜର ବିଭିନ୍ନ ସୃଜନାତ୍ମକ କାର୍ଯ୍ୟକଳାପ ତଥା କଣ୍ଢେଇ ମାଧ୍ୟମରେ ଶିକ୍ଷାଦାନକୁ ସଫଳ କରିଥିବାରୁ ଚଳିତବର୍ଷ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ପାଇଥିଲେ । ଏହି ସଭାରେ ମୁଖ୍ୟଅତିଥି ଭାବେ ବୌଦ୍ଧ ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀ ଧ୍ରୁବଚରଣ ଘିବେଲା ଯୋଗଦେଇ ସମ୍ବର୍ଦ୍ଧିତ ପ୍ରତିଭାଙ୍କୁ ଭୂୟସୀ ପ୍ରଶଂସା କରିବାସହ ସ୍ମୃତିଚିହ୍ନ, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସଂପାଦକ ଅର୍ଜୁନ କହଁର ସଂଗଠନର ଗୌରବମୟ ଇତିହାସ ସମ୍ବନ୍ଧରେ ସୂଚନା ଦେବାସହ ଶ୍ରୀ ସାହୁଙ୍କ ଜଣେ ଉତ୍ତମ ସଂଗଠକ ବୋଲି କହିଥିଲେ । ପଶ୍ଚିମପ୍ରାନ୍ତ ଶିକ୍ଷକ ପ୍ରଶିକ୍ଷଣ ସଂଯୋଜକ ବିଜୟ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିବାସହ କାର୍ଯ୍ୟକ୍ରମରେ ଲକ୍ଷ୍ୟ ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ । ମଣ୍ଡଳର ସଭାପତି ଟଙ୍କଧର ସାହୁ ସଭାରେ ଅଧ୍ୟକ୍ଷତା କରି ଆଗାମୀ ଦିନରେ ନିଜକୁ ସୁଶିକ୍ଷକ ରୂପେ ଗଢିତୋଳିବା ପାଇଁ ପରାମର୍ଶ ଦେଇଥିଲେ । ସମ୍ବର୍ଦ୍ଧିତ ପ୍ରତିଭାଙ୍କ ଉଦ୍ଦେଶ୍ୟରେ ଅଧ୍ୟାପକ ଦିଲ୍ଲୀପ କୁମାର ଖୁଣ୍ଟିଆ, ଯୋଗଗୁରୁ ହୃଷିକେଶ ପ୍ରଧାନ, ସହ ଶିକ୍ଷା ଗୋଷ୍ଠୀ ଅଧିକାରୀ ବିକାଶ କାନୁନଗୋ, ସଂଘଚାଳକ ସୂର୍ଯ୍ୟକାନ୍ତ ଦଳବେହେରା, ପ୍ରାକ୍ତନ ପ୍ରଧାନଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ପଟ୍ଟନାୟକ, ସିଆରସିସି ଶେଷଦେବ ପ୍ରଧାନ, ଶିକ୍ଷକ ଦିଲ୍ଲୀପ କୁମାର ସାହୁ ପ୍ରମୁଖ ମତବ୍ୟକ୍ତ କରିଥିଲେ । ଶେଷରେ ସିଆରସିସି ରାଜକୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରାଇବାରେ ପ୍ରଦୀପ୍ତ କୁମାର ସାହୁ, ସତ୍ୟନାରାୟଣ ନାଏକ, ମଧୁମିତା ମହାରଣା, ଜ୍ୟୋସ୍ନାରାଣୀ ଶତପଥୀ, ଧରଣୀଧର ମେହେର ପ୍ରମୁଖ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

5 × 2 =