ବୌଦ୍ଧ : ଆଜି ୪୮ କରୋନା ପଜିଟିଭ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୭୪

0 2,620

ବୌଦ୍ଧ,୨୭/୯ – ଆଜି ବୌଦ୍ଧ ଜିଲ୍ଲାରେ ପୁଣି ନୂତନ ୪୮ କରୋନା ପଜିଟିଭ ଚିନ୍‌ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ବୌଦ୍ଧଜିଲ୍ଲାର ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ବୌଦ୍ଧ ସହରାଞ୍ଚଳ ମଧ୍ୟରୁ ୭ ଜଣ, ହରଭଙ୍ଗା ବ୍ଲକ୍‌ ଲୁଣିବାହାଲ୍‌ ଗ୍ରାମରୁ ୨ ଜଣ, ପୁରୁଣାକଟକ ଗ୍ରାମରୁ ୧ ଜଣ, ଛତ୍ରଙ୍ଗ ଗ୍ରାମରୁ ୧ ଜଣ, ଖଜୁରିଆ ଗ୍ରାମରୁ ୧ ଜଣ, ପୀତାମ୍ବରପୁର ଗ୍ରାମରୁ ୧ ଜଣ, ଇନ୍ଦ୍ରପୁର ଗ୍ରାମରୁ ୧ ଜଣ, ତିଲେଶ୍ୱର ଗ୍ରାମରୁ ୧ ଜଣ, ସାଲକଟା ଗ୍ରାମରୁ ୧ ଜଣ, ଅଯୋଧ୍ୟା ଗ୍ରାମରୁ ୩ ଜଣ, ଚାରିଛକରୁ ୭ ଜଣ, କଣ୍ଟାମାଳ ବ୍ଲକ୍‌ ନରସିଂହପୁର ଗ୍ରାମରୁ ୧୧ ଜଣ, କଣ୍ଟାମାଳ ଗ୍ରାମରୁ ୨ ଜଣ, ଘଣ୍ଟାପଡା ଗ୍ରାମରୁ ୧ ଜଣ, ଉଚ୍ଚବାହାଲି ଗ୍ରାମରୁ ୨ଜଣ, ଖଇରମାଲ୍‌ ଗ୍ରାମରୁ ୧ ଜଣ, ବାହାଲି ଗ୍ରାମରୁ ୧ ଜଣ, ବୌଦ୍ଧବ୍ଲକ୍‌ ମୁଣ୍ଡାପଡା ଗ୍ରାମରୁ ୨ ଜଣ, ଘଣ୍ଟାପାଲି ଗ୍ରାମରୁ ୧ ଜଣ, ତେନ୍ତୁଳିପାଲି ଗ୍ରାମରୁ ୧ ଜଣ ନୂତନ କରୋନା ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି ।
ଆଜିର ୪୮ ଜଣଙ୍କୁ ମିଶାଇ ଜିଲ୍ଲାରେ ଆଜିସୁଦ୍ଧା ୧୭୭୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ସୁଦ୍ଧା ୧୨୪୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ସାରିଥିବା ବେଳେ ୪୭୮ ଜଣ ଚିକିତ୍ସାଧୀନ ଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିରଞ୍ଚି ଧରୁଆ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦେଇଛନ୍ତି । ଆଜିର ୪୮ ଜଣଙ୍କୁ ମିଶାଇଲେ ମୋଟ ୫୧୬ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି ଓ ଜଣେ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

19 + 16 =