ଆଡିବନ୍ଧକାମ ନିମ୍ନମାନର ହୋଇଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

0 183

ବୌଦ୍ଧ,୨୮/୮:- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସରସରା ଗ୍ରାମପଞ୍ଚାୟତ ସାନବାଗବର ଗ୍ରାମବାସୀ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ତାଙ୍କ ଗାଁ ମୁଣ୍ଡରେ ହୋଇଥିବା ନିମ୍ନମାନର ଆଡିବନ୍ଧ ନିର୍ମାଣର ତଦନ୍ତ ଦାବି କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ୮୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ କ୍ଷୁଦ୍ର ଜଳସେଚନ ବିଭାଗର ଆଡିବନ୍ଧ ଅତି ନିମ୍ନମାନରେ ନିର୍ମାଣ ହୋଇଛି । ଆଡିବନ୍ଧ ନିର୍ମାଣ ଦ୍ୱାରା ଜମିକୁ ଜଳସେଚନ ସୁବିଧା ତ ହେବ ନାହିଁ ବରଂ ଗ୍ରାମର କ୍ଷତି ହୋଇଥିବା ଅଭିଯୋଗ କରିଛନ୍ତି । ଆଡିବନ୍ଧ ଯୋଗୁଁ ଗ୍ରାମର ବର୍ଷାଜଳ ନିଷ୍କାସନ ହେଉନଥିବା ଏକ ସରକାରୀ କୂପ ପୋତିଦିଆଯାଇଥିବା ଓ ବନ୍ଧ ଯୋଗୁଁ ଦୈନନ୍ଦିନ ନିତ୍ୟକର୍ମ ପାଇଁ ହଇରାଣ ହେଉଥିବା ଦାବିପତ୍ରରେ ଗ୍ରାମବାସୀମାନେ ଉଲ୍ଲେଖ କରିଛନ୍ତି । ସେହିପରି ଉକ୍ତ ଆଡିବନ୍ଧର ନିର୍ମାଣ କାମର ତଦନ୍ତ କରି ଠିକାଦାରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

hiranchal ad1
Leave A Reply

Your email address will not be published.

one × 2 =