ଏସଟିଏଫ ଦ୍ୱାରା ୨ଟି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ୨ ଅଭିଯୁକ୍ତ ଗିରଫ

0 203

ବୌଦ୍ଧ,୨୩/୩:- ବୌଦ୍ଧ ଜିଲ୍ଲା ବଘିଆପଡା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ବୌଦ୍ଧ ଫୁଲବାଣୀ ସୀମାରେ ଏସଟିଏଫ ପକ୍ଷରୁ ଆଜି ଚଢ଼ାଉ କରାଯାଇଛି । ବଜ୍ରକାପ୍ତା ଡିଲ୍‌ ଚାଲିଥିବା ବେଳେ ହଠାତ୍‌ ମାଡ଼ିବସିଲା ଏସଟିଏଫ । ଦୁଇଟି ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଥିବାବେଳେ ଦୁଇ ଜଣଙ୍କୁ ଧରିଥିଲା । ଦୁଇଟି ବଜ୍ରକାପ୍ତା ମଧ୍ୟରେ ଗୋଟିଏ ଅଣ୍ଡିରା ଏବଂ ଗୋଟିଏ ମାଈ ବଜ୍ରକାପ୍ତା ରହିଥିବା ସେମାନଙ୍କ ଠାରୁ ସୂଚନା ମିଳିଛି । ଗିରଫ ହୋଇଥିବା ୨ ଜଣ ଅଭିଯୁକ୍ତ ହେଲେ ବଘିଆପଡ଼ା ଅନ୍ତର୍ଗତ ଜାମୁଖୋଲ ଗ୍ରାମର ବୋଲି ସୂଚନା ମିଳିଛି । ସେମାନେ ହେଲେ ଉତ୍ସବ କହଁର (୨୬) ଓ ପ୍ରଶାନ୍ତ କୁମାର ବେହେରା (୨୯) । ଏସଟିଏଫ ଏହି ଦୁଇଜଣଙ୍କୁ ଗିରଫକରି ବୌଦ୍ଧକୁ ଆଣିଥିବାବେଳେ ଅଧିକ ତଦନ୍ତ ଜାରି ରଖିଛି ।

hiranchal ad1
Leave A Reply

Your email address will not be published.

four × 3 =