ପ୍ରେସ ଦିବସରେ ‘କୃତ୍ରିମ ବୁଦ୍ଧିମତା ଯୁଗରେ ଗଣମାଧ୍ୟମ’ ଶୀର୍ଷକ ଉପରେ ଆଲୋଚନାଚକ୍ର:
ଜିଲ୍ଲା ପ୍ରଶାସନ ତରଫରୁ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ

0 117

ବୌଦ୍ଧ,୧୬/୧୧ – ଜିଲ୍ଳା ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଆଜି ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ଯୋଗଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରବିନାରାୟଣ ତ୍ରିପାଠୀ, ଉପଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର, ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ବେହେରା, ବରିଷ୍ଠ ସାମ୍ବାଦିକ ପ୍ରଦୋଷ କୁମାର ମିଶ୍ର, ଦୁର୍ଯ୍ୟୋଧନ ବିଶି, ବୌଦ୍ଧ ପଞ୍ଚାୟତ କଲେଜ ଅଧ୍ୟାପକ ପ୍ରତାପ କୁମାର ରଥ, ବରିଷ୍ଠ ସାମ୍ବାଦିକା ସଂଯୁକ୍ତା ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ଅତିଥିମାନେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରିବାପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ ଅତିଥି ପରିଚୟ ପ୍ରଦାନ କରିବାସହିତ ସଭା ପରିଚାଳନା କରିଥିଲେ । ପ୍ରେସ ଦିବସରେ ବିଷୟବସ୍ତୁ ‘କୃତ୍ରିମ ବୁଦ୍ଧିମତା ଯୁଗରେ ଗଣମାଧ୍ୟମ’ ଶୀର୍ଷକ ଉପରେ ଅତିଥିମାନେ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ଗଣମାଧ୍ୟମ ହୋଇଥିବାରୁ ସାମ୍ବାଦିକମାନେ ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟକରି ନିରପେକ୍ଷ, ସତ୍ୟ, ତଥ୍ୟଭିତ୍ତିକ ଓ ଗଠନମୂଳକ ଖବର ପରିବେଷଣ କରିବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ ।

hiring

ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ‘ହୀରାଞ୍ଚଳ’ର ଜିଲ୍ଲା ପ୍ରତିନିଧି ସୁଶ୍ରୀ ସୁଜାତା ସାହୁ, ସାମ୍ବାଦିକ ଚିତ୍ତରଞ୍ଜନ ସିଂ, ପୂର୍ଣ୍ଣଚନ୍ଦ୍ର ସାହୁୁ, ପ୍ରମୋଦ କୁମାର ବାଘ, ନରେନ୍ଦ୍ର କୁମାର ସାହୁ, ବବିତା ହୋତାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସାମ୍ବାଦିକମାନଙ୍କୁ ସ୍ୱାସ୍ଥ୍ୟବୀମା କାର୍ଡ ବଣ୍ଟନ କରାଯାଇଥିଲା । ପୂର୍ବରୁ ଅନୁଷ୍ଠିତ ହୋଇଥିବା ସ୍କୁଲ ଓ କଲେଜସ୍ତରୀୟ ବକ୍ରୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । କନିଷ୍ଠ ବର୍ଗରେ କୃତି ପ୍ରତିଯୋଗୀ ତୃପ୍ତିମୟୀ ଭଞ୍ଜ କେନ୍ଦ୍ରୀୟ ବିଦ୍ୟାଳୟ, ବୌଦ୍ଧ ପ୍ରଥମ ସ୍ଥାନ, ସ୍ୱସ୍ତି ସ୍ନେହା ଶାସିନୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବୌଦ୍ଧ ଦ୍ୱିତୀୟ ସ୍ଥାନ ଏବଂ ସେଣ୍ଟ୍‌ ଜାଭିୟର୍ସ ପବ୍ଲିକ ସ୍କୁଲର ଛାତ୍ର ଆର୍ଯ୍ୟ ନାରାୟଣ ଦେବ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ବରିଷ୍ଠ ବର୍ଗରେ ସୁଶ୍ରୀ କ୍ରୀଷ୍ଣାମୟୀ ମହାକୁଡ କେନ୍ଦ୍ରୀୟ ବିଦ୍ୟାଳୟ ବୌଦ୍ଧ ପ୍ରଥମ, ଅପରାଜିତା ପ୍ରଧାନ ପୁରୁଣାକଟକ ଡିଗ୍ରୀ କଲେଜ ଦ୍ୱିତୀୟ ସ୍ଥାନ ଏବଂ ବୈଦ୍ୟନାଥ ଡାଙ୍ଗ ବୌଦ୍ଧ ପଞ୍ଚାୟତ କଲେଜ ତୃତୀୟ ସ୍ଥାନ ଅଧିକାର କରିଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ପୁରସ୍କୃତ ହୋଇଥିଲେ । କୃତି ପ୍ରତିଯୋଗୀ ସୁଶ୍ରୀ କ୍ରୀଷ୍ଣାମୟୀ ମହାକୁଡ, ଅପରାଜିତା ପ୍ରଧାନ ଓ ବୈଦ୍ୟନାଥ ଡାଙ୍ଗ ଚଳିତ ବର୍ଷର ଆଲୋଚ୍ୟ ବିଷୟବସ୍ତୁ ଉପରେ ନିଜନିଜର ଅଭିଭାଷଣ ରଖିଥିଲେ । ଆଜିର ଏହି ପ୍ରେସ ଦିବସରେ ଜିଲ୍ଲାର ସମସ୍ତ ସାମ୍ବାଦିକ/ସାମ୍ବାଦିକା ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ଶେଷରେ ସାମ୍ବାଦିକ ଶ୍ରୀ ବିଶି ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

11 − six =