ପଶ୍ଚିମ ଓଡିଶା ବିକାଶ ପରିଷଦର ଜିଲ୍ଲା କାର୍ଯ୍ୟାଳୟ ଉଦଘାଟିତ

0 788

ବୌଦ୍ଧ,୧୯/୩ – ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ପରିସରରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଜିଲ୍ଲା କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଫିତାକାଟି ଏହି କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ବବିତାରାଣୀ ଦଳବେହେରା, ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଉପନିର୍ଦ୍ଦେଶକ ଇମାନୁଏଲ ସୋରେଙ୍ଗଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଓଡିଶା ସରକାରଙ୍କ ଯୋଜନା ଓ ସଂଯୋଜନା ବିଭାଗ ନୋଟିଫିକେସନ ସଂଖ୍ୟା ୩୦୨୯ ତା୨୪.୦୨.୨୦୨୧ ଏବଂ ପଶ୍ଚିମ ଓଡିଶା ବିକାଶ ପରିଷଦର ଚିଠି ସଂଖ୍ୟା ୧୪୯୦/୦୮.୦୩.୨୦୨୧ ଅନୁସାରେ ପଶ୍ଚିମ ଓଡିଶାର ୧୧ଗୋଟି ଜିଲ୍ଲାରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଏକ ସ୍ୱତନ୍ତ୍ର କାର୍ଯ୍ୟାଳୟ ଚାଲୁ କରିବା ନିମନ୍ତେ ବ୍ୟବସ୍ଥା କରାଯାଇଛି । ଏହି ନିର୍ଦ୍ଦେଶ ଅନୁସାରେ ବୌଦ୍ଧଜିଲ୍ଲାରେ କାର୍ଯ୍ୟାଳୟର ଅଫିସର ଇନଚାର୍ଜ ଭାବେ ଉପ ନିର୍ଦ୍ଦେଶକ ଶ୍ରୀ ସୋରେଙ୍ଗଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ଜିଲ୍ଲାପାଳ ଶ୍ରୀ ମିଶ୍ର ଏହାର ପ୍ରଶାସନିକ ନିୟନ୍ତ୍ରକ ଭାବେ ଦାୟିତ୍ୱ ତୁଲାଇବେ । ଏହି କାର୍ଯ୍ୟାଳୟର ସୁପରିଚାଳନା ନିମନ୍ତେ ଆଉଟ ସୋର୍ସିଂ ସଂସ୍ଥା ମାଧ୍ୟମରେ ଜଣେ ଡାଟା ଏଣ୍ଟ୍ରି ଅପରେଟର ଏବଂ ଜଣେ ମେସେଞ୍ଜର ତଥା ଅଫିସ ଆଟେଣ୍ଡାଣ୍ଟ ନିଯୁକ୍ତିର ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ୟାଳୟ ଖୋଲିବା ଦ୍ୱାରା ଜିଲ୍ଲାରେ ପଶ୍ଚିମ ଓଡିଶା ବିକାଶ ପରିଷଦର କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ।

hiranchal ad1
Leave A Reply

Your email address will not be published.

1 + 9 =