ବୌଦ୍ଧ,୨୧/୩:- ବୌଦ୍ଧବ୍ଲକ ବଘିଆପଡ଼ା ସରକାରୀ ଉଚ୍ଚ଼ ପ୍ରାଥମିକ ବିଦ୍ୟାଳୟ ଠାରେ ବୌଦ୍ଧ ବନଖଣ୍ଡ ତରଫରୁ ଜିଲ୍ଲାସ୍ତରୀୟ ବିଶ୍ୱ ବନଦିବସ ୨୦୨୧ ଜିଲ୍ଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଏକ ସଚେତନ ରାଲି କରାଯିବା ପରେ ସଭାର ଆୟୋଜନ ହୋଇଥିଲା । ବିଶିଷ୍ଟ ଅତିଥି ଭାବରେ ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବଚରଣ ଘିବେଲା ଯୋଗଦେଇ ଗଛ ଲଗାଇବା, ଗଛ ବଞ୍ଚାଇବା, ଗଛ ପୂଜା, ଗଛର ମହାତ୍ମ୍ୟ, ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ଓ ସମସ୍ତ ବିଦ୍ୟାଳୟରେ ଇକୋ କ୍ଳବ କାର୍ଯ୍ୟକାରୀ କରିବା ଉପରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟବକ୍ତା ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ପ୍ରବୀର କୁମାର ଦାସ ଗଛ ତଥା ଜଙ୍ଗଲର ସୁରକ୍ଷା କିପରି କରାଯାଇପାରିବ ଆଲୋଚନା କରିଥିବାବେଳେ ଡି ଏଫ ଓ ଶ୍ରୀ ସେଠୀ ନୂତନ ଗଛ ଲଗାଇବା ଓ ତାହାର ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥିଭାବେ ବଘିଆପଡା ସରପଞ୍ଚ ସୈରେନ୍ଦ୍ରୀ ମହାକୁଡ଼, ପରିବେଶପ୍ରେମୀ ସ୍ୱରାଜ କୁମାର କହଁର ନିଜନିଜର ବକ୍ତବ୍ୟ ଦେଇଥିଲେ । ଏ ସି ଏଫ ରାଜେନ୍ଦ୍ର ଗୋଛାୟତ ପରିଚୟ ପ୍ରଦାନ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ । ବୌଦ୍ଧ ବନଖଣ୍ଡ ତରଫରୁ ଇକୋ କ୍ଲବ ପ୍ରଥମ ପୁରସ୍କାର ପ୍ରମାଣପତ୍ର ସହ ଦଶ ହଜାର ଟଙ୍କାର ଚେକ ସରକାରୀ ବାଳିକା ବିଦ୍ୟାଳୟ ବୌଦ୍ଧକୁ ପ୍ରଦାନ କରାଯାଇଥିଲା । ଉକ୍ତ ପୁରସ୍କାରକୁ ବୌଦ୍ଧ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀଙ୍କ ଠାରୁ ପ୍ରଧାନଶିକ୍ଷକ ଧ୍ରୁବଚରଣ ଘିବେଲା ଗ୍ରହଣ କରିଥିଲେ । ଏ ସି ଏଫ ଜିତେନ୍ଦ୍ର କୁମାର ବେହେରା, ରେଞ୍ଜର ମନମୁଣ୍ଡା ନାରାୟଣ ସ୍ୱାଇଁ, ରେଞ୍ଜର ପୁରୁଣାକଟକ ନିହାର ରଞ୍ଜନ ମଲ୍ଲିକ, ରେଞ୍ଜର ବୌଦ୍ଧ ପ୍ରଦୀପ ବେହେରା, ବନପାଳ ଶେଷଦେବ ମେହେର ଓ ଗୋବର୍ଦ୍ଧନ ମେହେର ପ୍ରମୁଖ ସହଯୋଗ କରିଥିଲେ । ସଭାରେ ସଚେତନ ଯୁବକ, ମହିଳା, ଶିକ୍ଷକ ତଥା ବିଦ୍ୟାଳୟ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।