ଜିଲ୍ଲାସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶମେଳା ଉଦଯାପିତ, ୭ଟି ପ୍ରକଳ୍ପ ରାଜ୍ୟସ୍ତରୀୟ ବିଜ୍ଞାନ ମେଳା ପାଇଁ ମନୋନୀତ

0 80

ବୌଦ୍ଧ,୧୬/୧୨- ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗତ ଦୁଇଦିନ ଧରି ଚାଲିଥିବା ଜିଲ୍ଳାସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା ଆଜି ଉଦଯାପିତ ହୋଇଯାଇଛି । ଉଦଯାପନୀ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁ ଯୋଗଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ଉଦୟନାଥ ମାଝୀ ଏବଂ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ । ଏହି ଅବସରରେ ଆୟୋଜିତ ହୋଇଥିବା ଜିଲ୍ଲା ସ୍ତରୀୟ ବିଜ୍ଞାନ କ୍ୱିଜ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ମେଳାରେ ୪୨ ଟି ପ୍ରକଳ୍ପ ମଧ୍ୟରୁ ବିଚାରକ ମାନଙ୍କ ଦ୍ୱାରା ୭ ଟି ପ୍ରକଳ୍ପ ମନୋନୀତ ହୋଇ ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ ପ୍ରଦର୍ଶନ ପାଇଁ ମନୋନୀତ ହୋଇଛି । ଜିଲ୍ଲାର ଅଇଁଲାଚୁଆଁ ଓଡିଶା ଆଦର୍ଶ ବିଦ୍ୟାଳୟର ଅଭିଷେକ ମହାପାତ୍ର, ମୁଣ୍ଡିପଦର ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ସରିତା ତରିଆ, ଖଲିଆବଗିଚା ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରୀତିମୟୀ ପରିଡା, ମେଣ୍ଢିମାଳ ସରକାରୀ ଉଚ୍ଚବିଦ୍ୟାଳୟର ଦିବ୍ୟଜ୍ୟୋତି କଁହର, ରାମଗଡ଼ ସରକାରୀ ଉଚ୍ଚବିଦ୍ୟାଳୟର ଶ୍ରେୟସ ଦନ୍ତା, ମଥୁରା ଗ୍ରାମ ପଞ୍ଚାୟତ ଉଚ୍ଚ଼ବିଦ୍ୟାଳୟର ଶୋହନ ପ୍ରଧାନ ଏବଂ ବାମଣ୍ଡା ସରକାରୀ ନୋଡାଲ ଉଚ୍ଚବିଦ୍ୟାଳୟର ଅମୃତା ପ୍ରିୟମ୍ବଦା ବସ୍ତିଆଙ୍କ ପ୍ରକଳ୍ପ ଆସନ୍ତା ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ ଅଂଶଗ୍ରହଣ କରିବ । ଉଦଯାପନୀ ଉତ୍ସବର ସମସ୍ତ କାର୍ଯ୍ୟକ୍ରମ ସି ଆର ସି ସି ସନ୍ତୋଷ କୁମାର କର୍ଣ୍ଣ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

11 − 3 =