ବୌଦ୍ଧ/ହରଭଙ୍ଗା୧୫/୩- ବୌଦ୍ଧଜିଲ୍ଲା ମାଧପୁର ରେଞ୍ଜ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ଦୁଇଜଣ ବାପପୁଅଙ୍କୁ ମାଧପୁର ବନବିଭାଗ ଗିରଫକରି ଆଜି ଚାରିଛକ ଜେ.ଏମ୍. ଏଫ. ସି. କୋର୍ଟକୁ ପଠାଇଥିବା ଜଣାପଡିଛି । ସୁଚନାମତେ ମାଧପୁର କଲୋନି ସାହିର ଶ୍ୟାମଘନ ମାଝି ଓ ଆସନ ମାଝି ଉଭୟ ବାପପୁଅ ଜଙ୍ଗଲକୁ କାଠ ସଂଗ୍ରହପାଇଁ ଯାଇଥିଲେ । କିନ୍ତୁ କାଠ ସଂଗ୍ରହ କରୁଥିବା ସ୍ଥାନରେ ନିଆଁ ଲାଗୁଥିବା ବେଳେ ପେଟ୍ରୋଲିଂ କରୁଥିବା ବନବିଭାଗର ଟିମ୍ ଉଭୟଙ୍କୁ ନିଆଁଲଗାଇଥିବା ସଂର୍ପକରେ ପଚାରିଥିଲେ । କିନ୍ତୁ ଦୁଇ ବାପ ପୁଅ ସନ୍ତୋଷଜନକ ଉତ୍ତର ଦେଇପାରିନଥିବାବେଳେ ତାଙ୍କ ପାଖରୁ ଗୋଟିଏ ଦିଆସିଲି ଓ ୨ଟି ଟାଙ୍ଗିଆ ଜବତ କରିବାସହ ଓଡିଶା ଫରେଷ୍ଟ୍ ଆଇନ୍ ୧୯୭୨ ୨୭ ୩(ଏ) ସେକ୍ସନ୬୨ ରେ ଉଭୟଙ୍କୁ ଗିରଫ କରାଯାଇଥିଲା । ପରେ ଉଭୟଙ୍କ ନାମରେ ଏକ ମାମଲା ରୁଜୁ ହୋଇ ସୋମବାର ଦିନ ବାପ ଓ ପୁଅଙ୍କୁ କୋର୍ଟଫରୱାର୍ଡ କରିଥିବାନେଇ ମାଧପୁର ରେଞ୍ଜ ଅଧିକାରୀ ସରୋଜ ମିଶ୍ର ସୁଚନା ଦେଇଛନ୍ତି । ବନ ବିଭାଗର ଏହି ପେଟ୍ରୋଲିଂ ସମୟରେ ମାଧପୁର ଫରେଷ୍ଟର ସ୍ୱାଧିନ ସାମଲ, ବନରକ୍ଷୀ ସତିଶ ରଂଜନ୍ କମ୍ପ, ସୁବଳ ପ୍ରଧାନଙ୍କ ସମେତ ସ୍କ୍ୱାର୍ଡଦଳ ଉପସ୍ଥିତ ଥିଲେ । ସୁଚନାଥାଉକି ହରଭଙ୍ଗାବ୍ଲକର କୁଶଙ୍ଗ ବନ୍ୟପ୍ରାଣି ଅଂଚଳରୁ ୨ଜଣ,ପୁରୁଣାକଟକ ବନାଞ୍ଚଳରୁ ୪ ଜଣ ଜଙ୍ଗଲରେ ନିଆଁଲଗାଇବା ଅଭିଯୋଗରେ ଗିରଫ ହୋଇସାରିଥିବା ଜଣାପଡିଛି ।