ଟିକାପାଇଁ ମନମୁଣ୍ଡା ଡାକ୍ତରଖାନାରେ ଭିଡ, ରହୁନାହିଁ ସାମାଜିକ ଦୂରତା

0 1,042

ବୌଦ୍ଧ,୭/୫- କିଛିଦିନ ଜିଲ୍ଲାରେ ଟିକା ଅଭାବରୁ ଟିକାକରଣ ବନ୍ଦ ଥିବାବେଳେ ଆଜିସକାଳୁ ପୁଣି ଆରମ୍ଭ ହୋଇଛି । ଜିଲ୍ଲାର ଟିକାକରଣ କେନ୍ଦ୍ର ଗୁଡିକରେ ଆଜି ଲୋକଙ୍କ ଅସମ୍ଭବ ଭିଡ ପରିଲକ୍ଷିତ ହୋଇଛି । ଲୋକେ ଟିକା ନେବାପାଇଁ ଆକୁଳହୋଇ କୋଭିଡ୍‌ ନିୟମ ମଧ୍ୟ ମାନୁନାହାନ୍ତି । ଆଜି ସକାଳେ ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା । ଲୋକେ ଟିକା ପାଇଁ ସମସ୍ତ ନୀତିନିୟମକୁ ବେଖାତିର କରି ଠେଲାପେଲା ହେଉଥିବା ଦେଖିବାକୁ ମିଳିଥିଲା । ଅପରପକ୍ଷରେ ଡାକ୍ତରଖାନା ପକ୍ଷରୁ ଲୋକଙ୍କୁ ସାମାଜିକ ଦୂରତା ରକ୍ଷା କରାଇ ଧାଡିରେ ଠିଆ କରାଇବା ଆଦି ନକରି ନିରବଦ୍ରଷ୍ଟା ସାଜିବା ପରିତାପର ବିଷୟ । ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ କିମ୍ବା ସ୍ୱାସ୍ଥ୍ୟ ବିଭାଗ ବିହିତ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

one × four =