ବୌଦ୍ଧ: ଜିଲ୍ଲାରେ ୯୮ ଆକ୍ରାନ୍ତ ଚିହ୍ନଟ, ଲାଣ୍ଡିବନ୍ଧ ଗ୍ରାମରୁ ସର୍ବାଧିକ ୨୦ ଜଣ

0 3,832

ବୌଦ୍ଧ,୪/୫ – ବୌଦ୍ଧ ଜିଲ୍ଲାରେ କରୋନା ସଂକ୍ରମଣ କମିବାର ନାଆଁ ନେଉନଥିବା ବେଳେ ଆଜି ପୁଣି ୯୮ ଜଣ ନୂତନ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ଜିଲ୍ଲାରୁ ୯୮ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କେବଳ ରାଧାନଗର ଗ୍ରାମ ପଞ୍ଚାୟତ ଲାଣ୍ଡିବନ୍ଧ ଗ୍ରାମରୁ ୨୦ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଯେଉଁ ୯୮ ଜଣ ନୂତନ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ବୌଦ୍ଧବ୍ଲକ୍‌ ଅଁଳାପାଲି ଗ୍ରାମ ପଞ୍ଚାୟତ ଦନ୍ତାପାଲି ଗ୍ରାମରୁ ୩ ଜଣ, ଅଁଳାପାଲି ଗ୍ରାମରୁ ୧ ଜଣ, ବାଉଁଶୁଣୀ ଗ୍ରାମରୁ ୪ ଜଣ, ଖୁଣ୍ଟବନ୍ଧ ଗ୍ରାମ ପଞ୍ଚାୟତ ପୋଲାମ୍‌ ଗ୍ରାମରୁ ୪ ଜଣ, ମୁଣ୍ଡାପଡା ଗ୍ରାମ ପଞ୍ଚାୟତ କମିରା ଗ୍ରାମରୁ ୧ ଜଣ, ମୁଣ୍ଡିପଦର ଗ୍ରାମରୁ ୨ ଜଣ, ମୁର୍ଷୁଣ୍ଢି ଗ୍ରାମ ପଞ୍ଚାୟତ ପଳାସଗ୍ରାମରୁ ୧ ଜଣ, ମୁର୍ଷୁଣ୍ଢି ଗ୍ରାମରୁ ୧ ଜଣ, ରକ୍ସା ଗ୍ରାମ ପଞ୍ଚାୟତ ବାହାଜୋର୍‌ ଗ୍ରାମରୁ ୧ ଜଣ, ତେଲିବନ୍ଧ ଗ୍ରାମ ପଞ୍ଚାୟତ ଚନ୍ଦ୍ରପୁର ଗ୍ରାମରୁ ୧ ଜଣ, ହରଭଙ୍ଗା ବ୍ଲକ୍‌ ବନ୍ଧାପଥର ଗ୍ରାମରୁ ୧ ଜଣ, ବାଘପାଲି ଗ୍ରାମରୁ ୧ ଜଣ, ବୀରନରସିଂପୁର୍‌ ଗ୍ରାମ ପଞ୍ଚାୟତ ବୀରାମଚନ୍ଦ୍ରପୁର୍‌ ଗ୍ରାମରୁ ୧ ଜଣ, ହାଟଗାଁ ଗ୍ରାମରୁ ୧ ଜଣ, ଧଳପୁର୍‌ ଗ୍ରାମ ପଞ୍ଚାୟତ ଖର ସଙ୍କୁଲେଇ ଗ୍ରାମରୁ ୧ ଜଣ, ବୁକେସିଙ୍ଗା ଗ୍ରାମରୁ ୨ ଜଣ, ହରଭଙ୍ଗା ଗ୍ରାମ ପଞ୍ଚାୟତ ସୁରୁଣ୍ଡି ଗ୍ରାମରୁ ୧ ଜଣ, ହରଭଙ୍ଗା ଗ୍ରାମରୁ ୨ ଜଣ, କରଞ୍ଜକଟା ଗ୍ରାମ ପଞ୍ଚାୟତ ଲକ୍ଷ୍ମଣପୁର୍‌ ଗ୍ରାମରୁ ୨ ଜଣ, ମଥୁରା ଗ୍ରାମ ପଞ୍ଚାୟତ ପଙ୍କୁଆଲ ଗ୍ରାମରୁ ୨ ଜଣ, ରାଧାନଗର୍‌ ଗ୍ରାମ ପଞ୍ଚାୟତ ଲାଣ୍ଡିବନ୍ଧ ଗ୍ରାମରୁ ୨୦ ଜଣ, ସଙ୍କୁଲେଇ ଗ୍ରାମ ପଞ୍ଚାୟତ ମଲିକପଡା ଗ୍ରାମରୁ ୧ ଜଣ, ପାନିଘରା ଗ୍ରାମରୁ ୧ ଜଣ, ସରସରା ଗ୍ରାମ ପଞ୍ଚାୟତ ୪ ଜଣ, କଣ୍ଟାମାଳ ବ୍ଲକ ବିଳାସପୁର୍‌ ଗ୍ରାମ୍‌ ପଂଚାୟତ ପଦରପଡା ଗ୍ରାମରୁ ୧ ଜଣ, ଗୁଡଭେଲିପଦର ଗ୍ରାମରୁ ୧ ଜଣ, କଣ୍ଟାମାଳ ଗ୍ରାମ ପଞ୍ଚାୟତ ଦେଉଳ ଡୁଙ୍ଗୁରୀ ଗ୍ରାମରୁ ୨ ଜଣ, ଲମ୍ବସରୀ ଗ୍ରାମ ପଞ୍ଚାୟତ ବଳମତୁମ୍ବା ଗ୍ରାମରୁ ୧ ଜଣ, ମନମୁଣ୍ଡା ଗ୍ରାମରୁ ଭାଲିଆ ପଦର ଗ୍ରାମରୁ ୨ ଜଣ, ପଲସାଗୋରା ଗ୍ରାମରୁ ୧ ଜଣ, ରେଙ୍ଗାଲି ଗ୍ରାମ ପଞ୍ଚାୟତ ବଡ କୁଶଙ୍ଗ ଗ୍ରାମରୁ ୧ଜଣ, ରୁଣ୍ଡିମହୁଲ ଗ୍ରାମରୁ ପାଞ୍ଚଖଣ୍ଡି ଗ୍ରାମରୁ ୧ ଜଣ, ଶୁଣ୍ଢିପଦର ଗ୍ରାମରୁ ୧ ଜଣ, ବୌଦ୍ଧ ସହର ଇରିଗେସନ କଲୋନୀରୁ ୧ ଜଣ, ବୁଟୁପାଲିରୁ ୫ ଜଣ, ରାଜନପାଲିରୁ ୪ ଜଣ, ସାନମାଳିସାହି ୧ ଜଣ, ନୁଆସାହିରୁ ୧ ଜଣ, ଏନ.ଏ.ସି. ଛକ ୧ ଜଣ, ବାବୁସାହିରୁ ୨ ଜଣ, ଗାନ୍ଧୀ ଛକ ଅଞ୍ଚଳରୁ ୧ ଜଣ, ଫରେଷ୍ଟ କଲୋନିରୁ ୧ ଜଣ ପୋଡାପଡାରୁ ୬ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

2 × 4 =