ଦେଶରେ ନୂତନ ଅପରାଧିକ ଆଇନ କାର୍ଯ୍ୟକାରୀ ପୂର୍ବରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ

0 15

ବୌଦ୍ଧ,୧/୭: ଦେଶରେ ଆଜି ନୂତନ ଅପରାଧିକ ଆଇନ କାର୍ଯ୍ୟକାରୀ ହୋଇଥିବାରୁ ନୂତନ ଅପରାଧିକ ଆଇନ କାର୍ଯ୍ୟକାରିତାକୁ ନେଇ ଆଜି ବୌଦ୍ଧ ଜିଲ୍ଲା ପୁଲିସ କାର୍ଯ୍ୟାଳୟ ପରିସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜପ୍ରସାଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବୌଦ୍ଧ ରିଜର୍ଭ ଇନ୍ସପେକ୍ଟର କୁଳମଣୀ ଗିରି ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଡିଏସପି ସଂଯୁକ୍ତା ବାର୍ଲା ମହିଳା ଓ ଶିଶୁ ନିର୍ଯ୍ୟାତନା ମହିଳାଙ୍କ ଉପରେ ଶାରୀରିକ ଶୋଷଣ,ଯୌନ ଉତ୍ପୀଡନ ଏବଂ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ଉପରେ ସବିଶେଷ ଆଲୋଚନା କରିଥିଲେ । ଡିଏସପି(ପିସିଆର ସେଲ) ଆନନ୍ଦ କୁମାର ଡୁଙ୍ଗଡୁଙ୍ଗ ଏହି ନୂତନ ଆଇନ ବିଷୟରେ ଆଲୋକପାତ କରିଥିଲେ । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜପ୍ରସାଦ ତାଙ୍କ ବକ୍ତବ୍ୟରେ ଏହି ନୂତନ ଆଇନର କାର୍ଯ୍ୟକାରିତା ଯେ କୌଣସି ସ୍ଥାନରୁ ଅନଲାଇନରେ ପଞ୍ଜିକରଣ, ଶିଶୁ ଓ ମହିଳାମାନଙ୍କ ସୁରକ୍ଷା ଦିଗରେ ନୂତନ ଆଇନ ବ୍ୟବସ୍ଥା ଭାରତୀୟ ନ୍ୟାୟସଂହିତା ୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା୨୦୨୩, ଭାରତୀୟ ସାକ୍ଷ୍ୟ ଅଧିନିୟମ ୨୦୨୩ ବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ,କର୍ମଚାରୀ, ବରିଷ୍ଠ ନାଗରିକ, ଅବସରପ୍ରାପ୍ତ ପୋଲିସ କର୍ମଚାରୀ, ମିଶନ ଶକ୍ତିର ମହିଳା, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

five + thirteen =