ଅମାନିଆଙ୍କ ଯୋଗୁଁ ଜିଲ୍ଲାରେ କରୋନା ବିଷମ ପରିସ୍ଥିତି ସୃଷ୍ଟି କରିଛି

0 1,664

ବୌଦ୍ଧ,୧୪/୯ – ବୌଦ୍ଧ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । କରୋନା ସଂକ୍ରମଣରେ ବୌଦ୍ଧ ସହରାଞ୍ଚଳ ସମସ୍ତଙ୍କ ଠାରୁ ଆଗରେ । ପ୍ରତିଦିନ ବୌଦ୍ଧ ସହରାଞ୍ଚଳ ମଧ୍ୟରୁ କରୋନା ପଜିଟିଭ ଚିହ୍ନଟ ହେଉଥିବା ଦେଖିବାକୁ ମିଳୁଛି । ସେହିଭଳି ଜିଲ୍ଲାର କିଛି ନିର୍ଦ୍ଦିିଷ୍ଟ ଗ୍ରାମରେ ଲଗାତାର ଭାବେ ମଧ୍ୟ ପଜିଟିଭ ଚିହ୍ନଟ ହେଉଛନ୍ତି । କରୋନା ପାଇଁ ଲାଗୁ ହୋଇଥିବା ଲକ ଡାଉନ୍‌ / ସର୍ଟ ଡାଉନ୍‌ କୋହଳ ହେବା ଦିନଠାରୁ ଜିଲ୍ଲାରେ ବିଷମ ପରିସ୍ଥିତି ସୃଷ୍ଟି ହୋଇଛି । ଲୋକେ ମାସ୍କ ପିନ୍ଧିବାକୁ ଓ ସାମାଜିକ ଦୂରତାକୁ ମାନୁନଥିବାରୁ ସଂକ୍ରମଣ ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି । ଘରୁ ବାହାରକୁ ବାହାରିବା ସମୟରେ କୋଭିଡ ଆଇନକୁ ଉଲଙ୍ଘନ କରାଯିବା କରୋନା ବୃଦ୍ଧିର କେବଳ ଗୋଟିଏ କାରଣ ନୁହେଁ । ଯେଉଁମାନେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି ସେମାନଙ୍କୁ ହୋମ୍‌ ଆଇସୋଲେସନରେ ରହିବାକୁ କୁହାଯାଉଛି । ସେମାନେ କେତେଦୂର ଆଇସୋଲେସନରେ ରହୁଛନ୍ତି ତାହାକୁ ଅନୁଧ୍ୟାନ କିମ୍ବା ଆକଟ କରିବା ପାଇଁ କେହି ନାହିଁ । ଯିଏ ପରାମର୍ଶ ମାନିଲା ଭଲ କଥା ଆଉ ଯିଏ ନ ମାନିଲା ସେ ବେଫିକର୍‌ ବୁଲିଲା । ଗ୍ରାମାଞ୍ଚଳ ମାନଙ୍କରେ ଯେଉଁମାନେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି ସେମାନଙ୍କୁ ମଧ୍ୟ ହୋମ ଆଇସୋଲେସନରେ ରଖା ଯାଉଛି । ନିଜ ଘର ଭିତରେ ସ୍ନାନ ଶୌଚ ପାଇଁ ଯାହାର ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ ସେମାନେ ବେଶୀ ଗୋଳିଆ କରୁଛନ୍ତି । ଗ୍ରାମବାସୀଙ୍କ ଦ୍ୱାରା ଯେଉଁ ସ୍ଥାନ ଗୁଡିକ ସ୍ନାନ ଶୌଚପାଇଁ ବ୍ୟବହୃତ ହେଉଛି ସେମାନେ ମଧ୍ୟ ସେଠାରେ ନିତ୍ୟକର୍ମ କରୁଥିବା ଅଭିଯୋଗ ହେଉଛି । ଅନେକ ପଜିଟିଭଙ୍କ ଘରେ ସ୍ୱତନ୍ତ୍ର ଓ ସଂକ୍ରମଣ ନିରାପଦ ପ୍ରକୋଷ୍ଠ ନ ଥିବାରୁ ପରିବାର ସଦସ୍ୟମାନେ ମଧ୍ୟ ସଂକ୍ରମିତ ହେଉଥିବା ଦେଖିବାକୁ ମିଳୁଛି । ବୌଦ୍ଧ ଜିଲ୍ଲାରେ ପ୍ରତିଦିନ ଯେତିକି ପଜିଟିଭ ଚିହ୍ନଟ ହେଉଛନ୍ତି ପ୍ରାୟ ସମସ୍ତ କେସ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସୁଥିବା ଲୋକ ହିଁ ପଜିଟିଭ ଚିହ୍ନଟ ହେଉଛନ୍ତି । ନିଜ ଘରେ ସେମିତି ବ୍ୟବସ୍ଥା ନ ଥିବା ସତ୍ତେ୍ୱ ତାଙ୍କୁ ହୋମ୍‌ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଉଥିବା ଯୋଗୁଁ ଦିନକୁ ଦିନ ପରିସ୍ଥିତି ଅଣାୟତ ହେଉଥିବା ସର୍ବତ୍ର ଆଲୋଚନା ହେଉଛି । ତେଣୁ ଜିଲ୍ଲା ପ୍ରଶାସନ ଏ ସମ୍ପର୍କରେ ପଦକ୍ଷେପ ବର୍ତ୍ତମାନ ଠାରୁ ନନେଲେ ଜିଲ୍ଲାରେ କରୋନା ଆଗକୁ ଅତି ବିଷମ ପରିସ୍ଥିତି ସୃଷ୍ଟି କରିବ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି ।

hiranchal ad1
Leave A Reply

Your email address will not be published.

three × 3 =