ଧାନ କିଣା ଟାର୍ଗେଟ, ସମୁଦ୍ରକୁ ଶଂଖେ !

0 1,069

ବୌଦ୍ଧ,୨୧/୩ – ବୌଦ୍ଧଜିଲ୍ଲାରେ ଚାଷୀମାନଙ୍କ ଦୁଃଖ ସରିବାର୍‌ ନାମ ଧରୁନାହିଁ । ଖରିଫ ଧାନ କିଣାରେ ବ୍ୟାପକ ଅନିୟମିତତା ଯୋଗୁଁ ଚାଷୀ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଥିବା ଦେଖିବାକୁ ମିଳୁଛି । ଜିଲ୍ଲା ପ୍ରଶାସନର ଉଦ୍ୟମରେ ଜିଲ୍ଲାକୁ ଅତିରିକ୍ତ ୧୪୭୦୫ କ୍ୱିଣ୍ଟାଲ ଧାନ କିଣିବା ପାଇଁ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଟାର୍ଗେଟ ଦେଇଛି । ଜିଲ୍ଲାର ୪୨ ଗୋଟି ପେକ୍ସରେ ପଞ୍ଜିକରଣ କରି ହଜାର ହଜାର ଚାଷୀ ଥରେବି ଧାନ ବିକ୍ରୟ କରିପାରିନଥିବାବେଳେ ଦ୍ୱିତୀୟ ବା ଏକାଧିକ ଟୋକନ ପାଇଥିବା ହଜାର ହଜାର ଚାଷୀ ଧାନ ବିକିବାକୁ ଆଶା କରି ବସିଛନ୍ତି । ସରକାର ଯାହା ଟାର୍ଗେଟ ଦେଇଛନ୍ତି ତାହା ସମୁଦ୍ରକୁ ଶଂଖେ ସଦୃଶ । ଆସିଥିବା ୧୪ ହଜାର କ୍ୱିଣ୍ଟାଲ ଟାର୍ଗେଟକୁ ଜିଲ୍ଲାପାଳ ୧୫ ଗୋଟି ପେକ୍ସକୁ ବାଣ୍ଟିଛନ୍ତି । ସେଥିମଧ୍ୟରୁ ବହିରା, ଗୁନ୍ଦୁଲିଆ, ମୁଣ୍ଡିପଦର, ରକସା, ସରସରା ସୋସାଇଟିକୁ ୧୫୦୦ କ୍ୱିଣ୍ଟାଲ ଲେଖାଏଁ, ଖୁଣ୍ଟବନ୍ଧ, ବାଣୀଭୁଷଣପୁର୍‌, ମନୁପାଲି ସୋସାଇଟିକୁ ୧ ହଜାର କ୍ୱିଣ୍ଟାଲ ଲେଖାଏଁ, ପୁରୁଣାକଟକ ସୋସାଇଟିକୁ ୮୦୦ କ୍ୱିଣ୍ଟାଲ, ବଘିଆପଡା, ସାଂପୋଚ, ସଙ୍କୁଲେଇ ସୋସାଇଟିକୁ ୭୦୦ କ୍ୱିଣ୍ଟାଲ ଲେଖାଏଁ, ହରଭଙ୍ଗା ଓ ନାରାୟଣ ପ୍ରସାଦ ସୋସାଇଟିକୁ ୩୦୦ କ୍ୱିଣ୍ଟାଲ ଲେଖାଏଁ ଟାର୍ଗେଟ ଦିଆଯାଇଛି । ଅଳ୍ପ ଟାର୍ଗେଟରେ ସମିତି ସଂପାଦକମାନେ କାହା ଠାରୁ କେତେ ଧାନ କିଣିବେ ତାହା ବିବାଦୀୟ ପରିସ୍ଥିତି ସୃଷ୍ଟି କରୁଛି । ଧାନ ବିକ୍ରୟ କରିପାରିନଥିବା ଚାଷୀମାନେ ସମିତିକୁ ଆସି ନିଜ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଚଳିତବର୍ଷ ପୂର୍ବରୁ ବିଭିନ୍ନ ପର୍ଯ୍ୟାୟରେ ୧୬ ଲକ୍ଷ ୭୫ ହଜାର କ୍ୱିଣ୍ଟାଲ ଟାର୍ଗେଟ ଆସିଥିବା ବେଳେ ଗତ ୧୬ ତାରିଖର ଟାର୍ଗେଟକୁ ମିଶାଇଲେ ଜିଲ୍ଲାକୁ ମୋଟ୍‌ ୧୬ ଲକ୍ଷ ୮୯ ହଜାର କ୍ୱିଣ୍ଟାଲ ଆସିଥିବା ସୁଚନା ମିଳିଛି ।

hiranchal ad1
Leave A Reply

Your email address will not be published.

two × 5 =