ହୀରାଂଚଳର ପ୍ରଭାବ ମରାମତି ହେଲା ନଳକୂପ ଓ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ

0 468

ବୌଦ୍ଧ,୬/୪ – ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ବରଗୋଛା ଗ୍ରାମ ପଂଚାୟତ ମଲ୍ଲିକପଡା ଗ୍ରାମ ବହିରା ସାହିରେ ନଳକୂପ ଦୀର୍ଘଦିନ ହେଲା ଅଚଳ ହୋଇ ପଡିଥିବା ସଂପର୍କିତ ଖବର ଗତ ମାର୍ଚ୍ଚ ୧୫ ତାରିଖ ଦୈନିକ ହୀରାଂଚଳ ସମ୍ବାଦପତ୍ରରେ ପ୍ରକାଶିତ ହୋଇଥିଲା । ଖବର ପ୍ରକାଶିତ ହେବା ପରେ ବର୍ତ୍ତମାନ ତାହାକୁ ମରାମତି କରାଯାଇଥିବା ଗ୍ରାମ ଜଳଯୋଗାଣ ଓ ପରିମଳ ବିଭାଗ ସୂଚନା ଦେଇଛି । ସେହିପରି ବୌଦ୍ଧବ୍ଲକ୍‌ ତେଲିବନ୍ଧ ଛକ ନିକଟରେ ଥିବା ବିଶୁଦ୍ଧ ଥଣ୍ଡା ପାନୀୟଜଳ ପ୍ରକଳ୍ପ ବହୁ ଦିନରୁ ଅଚଳ ହୋଇ ପଡିଥିଲା ।

hiring

ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଅଚଳ, ମରାମତି ଦାବୀ ଶୀର୍ଷକରେ ଗତ ଅପ୍ରେଲ୍‌ ୧ ତାରିଖରେ ହୀରାଂଚଳ ସମ୍ବାଦ ପତ୍ରରେ ଏକ ଖବର୍‌ ପ୍ରକାଶ ପାଇଥିଲା । ହରଭଙ୍ଗା ବ୍ଲକ୍‌ ତିଲେଶ୍ୱର୍‌ ଗ୍ରାମ ପଂଚାୟତ ଖଜୁରିଆ ଗ୍ରାମର ମହିଳା ସାମାଜିକ କର୍ମୀ ପୂଜାରାଣୀ ପାତ୍ର ହୀରାଂଚଳରେ ପ୍ରକାଶିତ ଉଭୟ ଖବରକୁ ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନଙ୍କ ନିକଟକୁ ଟୁଇଟ କରିଥିଲେ । କାର୍ଯ୍ୟାନୁଷ୍ଠାନ ନେବାପାଇଁ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ନିର୍ଦ୍ଦେଶ ଆସିବା ପରେ ସ୍ଥାନୀୟ ପ୍ରଶାସନ ତୁରନ୍ତ ନଳକୂପ ଓ ଥଣ୍ଡା ପାନୀୟଜଳ ପ୍ରକଳ୍ପକୁ ସଜାଡିବା ଦିଗରେ ପଦକ୍ଷେପ ନେଇଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

ten − eight =